Latest Odisha News

ମିଶନାରିଜ ଅଫ ଚ୍ୟାରିଟିର ଆକାଂଉଟ ଫ୍ରିଜ କରାଯାଇନି: ଗୃହ ମନ୍ତ୍ରଣାଳୟ

କୋଲକାତା: ମିଶନାରିଜ ଅଫ ଚ୍ୟାରିଟର ବ୍ୟାଙ୍କ ଆକାଂଉଟକୁ ଫ୍ରିଜ କରାଯାଇ ନାହିଁ ବୋଲି ଆଜି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସ୍ପଷ୍ଟ କରିଛି । ସୋମବାର ମଦର ଟେରେସାଙ୍କ ଦ୍ୱାରା ପ୍ରତିଷ୍ଠିତ ଚ୍ୟାରିଟ ବ୍ୟାଙ୍କ ଆକାଂଉଟଗୁଡିକ କେନ୍ଦ୍ର ସରକାର ଅଚଳ କରି ଦେଇଛନ୍ତି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଥିଲେ । ଏପରିକି ୨୨୦୦୦ ରୋଗୀ ଏବଂ କର୍ମଚାରୀ ଖାଦ୍ୟ ଓ ଔଷଧ ପାଉ ନାହାନ୍ତି ବୋଲି କହିଥିଲେ । ଚ୍ୟାରିଟର ମୁଖପାତ୍ର ସୁନୀତା କୁମାର ବ୍ୟାଙ୍କ କାରୋବାର ଠିକଠାକ ଚାଲିଛି ବୋଲି କହିଛନ୍ତି । ଫଳରେ ମମତାଙ୍କ ଅଭିଯୋଗ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଏ ନେଇ ମମତାଙ୍କୁ ଟାର୍ଗେଟ କରିବା ସହ କ୍ଷମା ମାଗିବା ପାଇଁ କହିଛନ୍ତି । ଏଫସିଆର ନବୀକରଣ ଆବେଦନରେ କେତେକ ସର୍ତ ପୂରଣ ହୋଇ ନ ଥିବାରୁ ଗତ ୨୫ରେ ଏହାକୁ ଖାରଜ କରା ଯାଇଥିଲା ।

Leave A Reply

Your email address will not be published.