Latest Odisha News

BREAKING NEWS

ବିକ୍ରମ ମିଶ୍ରି ହେଲେ ଡେପ୍ୟୁଟି ନ୍ୟାସନାଲ ସିକ୍ୟୁରିଟି ଆଡଭାଇଜର

ନୂଆଦିଲ୍ଲୀ: ବିକ୍ରମ ମିଶ୍ରିଙ୍କୁ ସୋମବାର ଡେପୁଟି ନ୍ୟାଶନାଲ ସିକ୍ୟୁରିଟି ଆଡଭାଇଜର ଭାବେ ନିଯୁକ୍ତ କରାଯାଇଛି । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ସେ ସହାୟତା କରିବେ । ୧୯୮୯ ବ୍ୟାଚ ଆଇଏଫଏସ ଅଧିକାରୀ ମିଶ୍ରୀଙ୍କ ଚୀନ ପ୍ରସଙ୍ଗରେ ଭଲ ଅଭିଜ୍ଞତା ରହିଥିବାରୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯାଇଛି । ସେ ପଙ୍କଜ ସାରନଙ୍କ ସ୍ଥାନରେ ଦାୟିତ୍ୱ ନେବେ ।

ପ୍ରଦୀପ କୁମାରଙ୍କୁ ଚୀନ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ କରାଯିବା ପରେ ବିକ୍ରମ ମିଶ୍ରିଙ୍କୁ ଏନଏସସିରେ ସାମିଲ କରାଯାଇଛି । ରାଜେନ୍ଦ୍ର ଖାନ୍ନା, ଦତା ପାଣ୍ଡସାଲଗିରିଙ୍କ ସହ ସେ ମିଳିତ ଭାବେ ମୁଖ୍ୟ ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ସହଯୋଗ କରିବେ ।

Leave A Reply

Your email address will not be published.