Latest Odisha News

BREAKING NEWS

୧୪ ଜାନୁୟାରୀରୁ ‘ଭାରତ ନ୍ୟାୟ ଯାତ୍ରା’: ମଣିପୁରରୁ ହେବ ଆରମ୍ଭ

ନୂଆଦିଲ୍ଲୀ;  ‘ଭାରତ ଯୋଡ ଯାତ୍ରା’ ପରେ ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆରମ୍ଭ କରିବେ ‘ଭାରତ ନ୍ୟାୟ ଯାତ୍ରା’ । ଗତ ବର୍ଷ ସେପ୍ଟେମ୍ବରରୁ ଚଳିତ ବର୍ଷ ଜାନୁୟାରୀ ୧୪ ପର୍ଯ୍ୟନ୍ତ ଭାରତ ଯୋଡା ଯାତ୍ରା କରିବା ପରେ ବର୍ତ୍ତମାନ ରାହୁଲ ଏହି ନୂତନ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି। ଲୋକଙ୍କୁ ସାମାଜିକ ତଥା ଅର୍ଥନୈତିକ ନ୍ୟାୟ ଯୋଗାଇବା ପାଇଁ ‘ଭାରତ ନ୍ୟାୟ ଯାତ୍ରା’ କରାଯାଉଛି। ‘ଭରତ ଯୋଡୋ ଯାତ୍ରା’ କନ୍ୟାକୁମାରୀରୁ ଆରମ୍ଭ ହୋଇ କାଶ୍ମୀରରେ ଶେଷ ହୋଇଥିଲା | ଏହି ଯାତ୍ରାରେ ରାହୁଲ ଦକ୍ଷିଣରୁ ଉତ୍ତର ପର୍ଯ୍ୟନ୍ତ ଯାତ୍ରା କରିଥିଲେ |

କିନ୍ତୁ ‘ଭାରତ ନ୍ୟାୟ ଯାତ୍ରା’ ଉତ୍ତର-ପୂର୍ବ ରାଜ୍ୟ ମଣିପୁରରୁ ଆରମ୍ଭ ହେବ ଯାହା ପଶ୍ଚିମ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଶେଷ ହେବ। ରାହୁଲଙ୍କ ଏହି ‘ଭାରତ ନ୍ୟାୟ ଯାତ୍ରା’ ପୂର୍ବରୁ ପଶ୍ଚିମକୁ ଯାତ୍ରା କରିବ। ସମଗ୍ର ଯାତ୍ରାରେ ୬୨୦୦ କିଲୋମିଟର ଅତିକ୍ରମ କରିବେ ରାହୁଲ | ଜାନୁୟାରୀ ୧୪ରୁ ଆରମ୍ଭ ହେବାକୁ ଥିବା ‘ଭାରତ ଯୋଡା ଯାତ୍ରା’ର ଦ୍ୱିତୀୟ ସଂସ୍କରଣ ଭାବରେ ‘ଭାରତ ନ୍ୟାୟ ଯାତ୍ରା’କୁ ବର୍ଣ୍ଣନା କରାଯାଇଛି।

କଂଗ୍ରେସ ପାର୍ଟି ସଭାପତି ମଲ୍ଲିକାର୍ଜୁନ ଖଡଗେ ଜାନୁଆରୀ ୧୪ରେ ମଣିପୁରରେ ‘ଭାରତ ନ୍ୟାୟ ଯାତ୍ରା’ର ଶୁଭାରମ୍ଭ କରିବେ । ଏହି ଯାତ୍ରା ୨୦ ମାର୍ଚ୍ଚରେ ମୁମ୍ବାଇରେ ଶେଷ ହେବ | ଭାରତ ନ୍ୟାୟ ଯାତ୍ରା ୧୪ ଟି ରାଜ୍ୟର ୮୫ ଟି ଜିଲ୍ଲା ଦେଇ ଯିବ। ସେହି ରାଜ୍ୟ ଗୋଡିକ ହେଉଛନ୍ତି ମଣିପୁର, ନାଗାଲାଣ୍ଡ, ଆସାମ, ମେଘାଳୟ, ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ଓଡ଼ିଶା, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ, ଗୁଜୁରାଟ ଏବଂ ମହାରାଷ୍ଟ୍ର ।

ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଲ ସୂଚନା ଦେଇଛନ୍ତି। ସେ କହିଛନ୍ତି, ‘ଡିସେମ୍ବର ୨୧ରେ କଂଗ୍ରେସ କାର୍ଯ୍ୟ କମିଟି ସର୍ବସମ୍ମତି କ୍ରମେ ରାହୁଲ ଗାନ୍ଧୀ ପୂର୍ବରୁ ପଶ୍ଚିମ ଦିଗକୁ ଯାତ୍ରା କରିବା ଉଚିତ। ରାହୁଲ ଗାନ୍ଧୀ ମଧ୍ୟ CWC ର ଏହି ଇଚ୍ଛା ପୂରଣ କରିବାକୁ ରାଜି ହୋଇଥିଲେ |

ସେ କହିଛନ୍ତି, ‘ଅଲ ଇଣ୍ଡିଆ କଂଗ୍ରେସ କମିଟି ନିଷ୍ପତ୍ତି ନେଇଛି ଯେ ଜାନୁଆରୀ ୧୪ ରୁ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ମଣିପୁରରୁ ମୁମ୍ବାଇକୁ ଭାରତ ନ୍ୟାୟ ଯାତ୍ରା କରାଯିବ। ଏହି ଯାତ୍ରାରେ ରାହୁଲ ଗାନ୍ଧୀ ଯୁବକ, ମହିଳା ଏବଂ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟିବେ । କିଛି ସ୍ଥାନକୁ ବସ୍ ଯୋଗେ ଯାତ୍ରା କରାଯିବା ବେଳେ କିଛି ସ୍ଥାନକୁ ପଦଯାତ୍ରା ମଧ୍ୟ କରାଯିବ ।

Leave A Reply

Your email address will not be published.