Latest Odisha News

BREAKING NEWS

ବୁଲାଇ ନେବା ନାଁରେ ନାବାଳିକା ଅପହରଣ, କଟକ ରେଲ୍ଓ୍ବେ ଷ୍ଟେସନରୁ ଉଦ୍ଧାର କଲେ ପରିବାର ଲୋକ

ପାରାଦୀପ: ଦୁଇ ନାବାଳିକାକୁ ବୁଲାଇ ନେବା ନାଁରେ ଅପହରଣ । କଟକ ରେଲ୍ଓ୍ବେ ଷ୍ଟେସନରୁ ଉଦ୍ଧାର କରିବା ସହ ଅପହରଣକାରୀ ଦୁଇ ମହିଳାଙ୍କୁ ଧରି ପୋଲିସକୁ ଯିମା ଦେଲେ ପରିବାର ଲୋକେ। ଏଭଳି ଘଟଣା ଘଟିଛି ପାରାଦୀପ ଉପକଣ୍ଠ ନୂଆଗଡ ପଞ୍ଚାୟତରେ। ଜଣେ ନାବାଳିକା ଅଭୟଚାନ୍ଦ ପୁର ଥାନା ଅଧିନ ରଙ୍ଗିଆ ଗଡ ଚାନ୍ଦିନୀ ଗ୍ରାମର ହୋଇଥିବା ବେଳେ ଅନ୍ୟଜଣେ ପାରାଦୀପ ଆଦର୍ଶ ଥାନା ଅଧିନ ମୂଷାଡିଆ ଗ୍ରାମର ବୋଲି ଜଣାପଡିଛି। ଏଭଳି ଏକ ଘଟଣା ବନ୍ଦର ନଗରୀ ପାରାଦୀପରେ ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ସୂଚନା ଅନୁସାରେ, ଅଭୟଚାନ୍ଦପୁର ଥାନା ଅଧିନ ରଙ୍ଗିଆଗଡ ଅଞ୍ଚଳର ଦୁଇ ମହିଳା ଗତ ସୋମବାର ଦୁଇ ନାବାଳିକାଙ୍କୁ ଗୋଟିଏ ଅଟୋ ସାହାଯ୍ୟରେ ପ୍ରଥମେ ପାରାଦୀପ ରେଲ୍ଓ୍ବେ ଷ୍ଟେସନ ଓ ପରେ ପାରାଦୀପରୁ ଟ୍ରେନ ଯୋଗେ କଟକରେ ପହଞ୍ଚି ଥିଲେ। ସେଠାରୁ ଦୁଇ ନାବାଳିକାଙ୍କୁ ନେଇ ତାମିଲନାଡୁ ଯିବା ପାଇଁ ଟ୍ରେନକୁ ଅପେକ୍ଷା କରିଥିବା ବେଳେ ଦୁଇ ନାବାଳିକାଙ୍କ ପରିବାର ଲୋକେ ସେମାନଙ୍କୁ କାବୁ କରି ଅପହରଣ କାରୀ ମହିଳାଙ୍କୁ ଆଣି ପାରାଦୀପ ଆଦର୍ଶ ଥାନାରେ ଯିମା ଦେଇଛନ୍ତି। ତେବେ ଦୁଇ ଅପହରଣ କାରୀଙ୍କୁ ପାରାଦୀପ ଆଦର୍ଶ ଥାନାରେ ଅଟକ ରଖି ପଚରାଉଚରା କରାଯାଉଥିବା ବେଳେ ନାବାଳିକା ଦୁହିଁଙ୍କୁ କେଉଁ କାରଣରୁ ଓ କେଉଁଠି କୁ ନିଆ ଯାଉଥିଲା ତାକୁ ନେଇ ପୋଲିସର ତଦନ୍ତ ଚାଲିଛି।

ଅପହରଣ କାରୀ ମହିଳା ଦ୍ଵୟ ହେଲେ ଅଭୟଚାନ୍ଦ ପୁର ଥାନା ଅଧିନ କାଞ୍ଚନ ସରକାର ଓ ତାଙ୍କ ସାନ ଭଉଣୀ । ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ନାବାଳିକାଙ୍କ ପରିବାର ଲୋକେ ଦୁଇ ନାବାଳିକାଙ୍କୁ ଅପହରଣ କରି ନେଉଥିବା ଥାନାରେ ଅଭିଯୋଗ କରାଯାଇଛି। ତେବେ ସୌଭାଗ୍ୟ ବଶତଃ ଦୁଇ ନାବାଳିକା ଧରା ପଡି ଯାଇଥିବା ବେଳେ ଅପହରଣ କାରୀଙ୍କ ସହିତ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି କି ନାହିଁ ପୋଲିସ ର ତଦନ୍ତ ପରେ ସବୁ ସାମନାକୁ ଆସିବ ବୋଲି କୁହାଯାଉଛି।

Leave A Reply

Your email address will not be published.