Latest Odisha News

BREAKING NEWS

ବିଜେପିରେ ମିଶିଲେ ବରିଷ୍ଠ କଂଗ୍ରେସ ନେତା ଆରପିଏନ ସିଂ

ନୂଆଦିଲ୍ଲୀ: ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆରପିଏନ ସିଂ ବିଜେପିରେ ଯୋଗ ଦେଇଛନ୍ତି । କିଛି ଦିନ ତଳେ ସୌମ୍ୟ ପ୍ରସାଦ ମୌର୍ଯ୍ୟ ବିଜେପି ଛାଡି ସମାଜବାଦୀ ପାର୍ଟିରେ ମିଶିଥିଲେ । ତାଙ୍କୁ କଡା ଟକ୍କର ଦେବା ପାଇଁ ଆରପିଏନ ସିଂଙ୍କୁ ଦଳରେ ସାମିଲ କରାଯାଇଛି ।

ବିଜେପିରେ ଯୋଗ ଦେବା ପରେ ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏବଂ ଅମିତ ଶାହଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି । ବିଳମ୍ବରେ ହେଉ ପରେ ଶେଷରେ ଠିକଣା ଯାଗାରେ ପଂହଚିଲି ବୋଲି ସିଂ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେ ଦୂରଦର୍ଶୀ ନେତା ଭାବେ ବର୍ଣ୍ଣନା କରିଛନ୍ତି ।

Comments are closed, but trackbacks and pingbacks are open.