Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ମୋକିମ୍‌ଙ୍କ କ୍ରସ୍ ଭୋଟିଂ, ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଲେ କଂଗ୍ରେସ ବିଧାୟକ

ଭୁବନେଶ୍ୱର: କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ବିଜେପି ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି। ଯଦିଓ ରାଷ୍ଟ୍ରପତି ନିର୍ବାଚନରେ ହ୍ୱୀପ୍ ଲାଗେନାହିଁ ତଥାପି ବି ବିରୋଧୀ ଦଳଗୁଡ଼କର ମିଳିତ ପ୍ରାର୍ଥୀ ଜଶଓ୍ୱାନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଦେବା ଲାଗି କଂଗ୍ରେସ ନିଷ୍ପତ୍ତି ନେଇଥିଲା । ମାତ୍ର ମୋକିମ ଦଳୀୟ ନିଷ୍ପତ୍ତିକୁ ଅଣଦେଖା କରିଛନ୍ତି । ନିଜ ବିବେକ ଏବଂ ଓଡ଼ିଆ ସ୍ୱାଭିମାନ କାରଣରୁ ସେ ଦ୍ରୋପଦୀଙ୍କୁ ଭୋଟ୍ ଦେଇଥିବା କଥା କହିଛନ୍ତି ।

କଂଗ୍ରେସର ବାରଣ ସତ୍ତ୍ୱେ ପାର୍ଟିକୁ ଛାଡ଼ି କଂଗ୍ରେସ ବିଧାୟକଙ୍କ ମାଟି ମୋହ । ଓଡ଼ିଶାର ସମ୍ମାନ ବଢ଼ାଇବାକୁ ମୁଁ ଏଭଳି ନିଷ୍ପତ୍ତି ନେଇଛି। ଦଳର ନିଷ୍ପତ୍ତି କିନ୍ତୁ ଅଲଗା ଥିଲା । ତେଣୁ ସୋକଜ୍ ନୋଟିସ୍ ହେଲେ, ଦଳ ସହ ଆଲୋଚନା କରିବି ।’  ଓଡ଼ିଆ ଭାବେ ମୁଁ ଓଡ଼ିଶାର ଝିଅ କୁ ଭୋଟ ଦେଇ ଗର୍ବିତ । ଯାହାକୁ ନେଇ କଂଗ୍ରେସରେ ଏକ ଝଡ଼ ସୃଷ୍ଟି ହୋଇଛି ।

ମୋକିମଙ୍କ  କ୍ରସ୍ ଭୋଟିଂ ନେଇ କିଛି ବିଧାୟକଙ୍କ ସପକ୍ଷରେ ରହିଛନ୍ତି । ଦ୍ରୌପଦୀ ହେଉଛି ମାଟିର ଝିଅ । ତାଙ୍କୁ ଭୋଟ୍ ଦେବାରେ ମୋକିମଙ୍କୁ ସମର୍ଥନ ମିଳିଛି । ତେବେ ନିର୍ବାଚନ ବେଳେ ଓଡିଶା ଭଳି ଆସାମ, ଉତ୍ତରପ୍ରଦେଶ, ଗୁଜରାଟରେ କ୍ରସ ଭୋଟିଂ ଦେଖିବାକୁ ମିଳିଛି ।

ଦଳ ବିରୋଧରେ ଯାଇ କାର୍ଯ୍ୟ କରିଥିବାରୁ କଂଗ୍ରେସ ନେତାମାନେ ଅସନ୍ତୋଷ ପ୍ରକାଶ କରିବା ସହ ଘଟଣାର ତର୍ଜମା ହେବ ବୋଲି କହିଛନ୍ତି ।

Leave A Reply

Your email address will not be published.