Latest Odisha News

BREAKING NEWS

ଦୈନନ୍ଦିନ ଖାଦ୍ୟ ଉପରେ GST ଲଗାଇ ଗରିବଙ୍କୁ ନାତ ମାରିଛନ୍ତି କେନ୍ଦ୍ର ସରକାର: ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ଚୁଡା, ମୁଢି, ଉଖୁଡ଼ା, ଖଈ ଆଦି ଦ୍ରବ୍ୟ ଉପରେ ଜିଏସଟି ଲାଗୁ କରିବା ନିଷ୍ପତ୍ତି କେନ୍ଦ୍ର ସରକାରଙ୍କର ଗରିବଙ୍କ ପେଟକୁ ନାତ ବୋଲି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଏଥିସହ ଏହି ନିଷ୍ପତ୍ତିର ଦୃଢ଼ ନିନ୍ଦା କରିଛନ୍ତି । ଜିଏସଟି କାଉନସିଲ୍ ଏଭଳି ନିଷ୍ପତ୍ତି ନେବାବେଳେ ରାଜ୍ୟ ଅର୍ଥମନ୍ତ୍ରୀ ପ୍ରତିବାଦ ନ କରିବା ଦୁଃଖ ଓ ପରିତାପର ବିଷୟ ବୋଲି ସେ କହିଛନ୍ତି । ସେ ଉଭୟ ସରକାରଙ୍କୁ ତାତ୍ସଲ୍ୟ କରି କହିଛନ୍ତି ଯଦି ସରକାରଙ୍କର ରାଜସ୍ୱ ନିଅଣ୍ଟ ହେଉଛି, ସରକାର ଏତେ ବ୍ୟାକୁଳ ରାଜସ୍ୱ ବଢ଼େଇବା ପାଇଁ ତେବେ ମନ୍ଦିର, ମସଜିଦ, ଗୀର୍ଜା, ଗୁରୁଦ୍ଵାର ଆଦି ଧର୍ମାନୁଷ୍ଠାନକୁ ଯାଉଥିବା ଭକ୍ତଙ୍କ ଉପରେ ଏବଂ ଦେଉଥିବା ଦାନ ଉପରେ ମଧ୍ୟ ଜିଏସଚି ଲଗେଇ ଦିଅନ୍ତୁ ।

ଯାହାଦ୍ୱାରା କି ସରକାରଙ୍କ ରାଜସ୍ୱରେ ଉନ୍ନତି ଘଟିବ ଏବଂ ସରକାର ଲାଭବାନ ହୋଇପାରିବେ । ଓଡ଼ିଶାର ଜନସାଧାରଣଙ୍କ ବିଶେଷ କରି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଜିଲ୍ଲାର ଗରିବ ଲୋକଙ୍କ ଦୈନନ୍ଦିନ ଖାଦ୍ୟ ଭାବେ ମୁଢି, ଚୁଡ଼ା, ଉଖୁଡ଼ା, ଖଇ ଉପରେ ଜିଏସଟି ଲଗେଇବାକୁ ନେଇ ରାଜ୍ୟ ସରକାର, କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିରୋଧ ନ କରି ଚୁପ୍  ରହିବା ରାଜ୍ୟ ଜନସାଧାରଣଙ୍କ ପ୍ରତି ରାଜ୍ୟ ସରକାରଙ୍କ କେତେ ଭଲ ପାଇବା ଜଣାପଡୁଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ସେ ଆଗରୁ କହି ଆସିଥିବା କଥା ପ୍ରମାଣିତ ହେଉଛି କି ବିଜେଡି ଓ ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ । ରାଜ୍ୟ ରାଜଧାନୀରେ କଳି ଦେଶର ରାଜଧାନୀ ଦିଲ୍ଲୀରେ କୋଳାକୋଳି । ଉଭୟ ବିଜେଡି ଓ ବିଜେପି ଏକ ବୋଲି ଏକଥା ରାଜ୍ୟ ଜନ ସାଧାରଣ ବୁଝିବା ଦରକାର ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

Leave A Reply

Your email address will not be published.