Latest Odisha News

BREAKING NEWS

ଦଳ ଛାଡ଼ିବେ କଂଗ୍ରେସ ବିଧାୟକ ନବ ଦାସ, ବିଜେଡ଼ିରେ ଯୋଗ ଦେବେ !

ଭୁବନେଶ୍ୱର: ଚର୍ଚ୍ଚାରେ କଂଗ୍ରେସ ବିଧାୟକ ନବ ଦାସ । କାର୍ଯ୍ୟକାରୀ ସଭାପତି ପଦ ସାଙ୍ଗକୁ ବିଧାୟକ ପଦବୀ ଛାଡି ଖୁବଶୀଘ୍ର ବିଜେଡିରେ ଯୋଗ ଦେବାକୁ ଯାଉଛନ୍ତି । ଏପରିକି ସେ ଦଳ ବଦଳାଇ ବିଜେଡିରେ ଯୋଗଦେବେ ବୋଲି ଗତ କିଛିଦିନ ଧରି ଚର୍ଚ୍ଚା ଲାଗି ରହିଥିଲା । ଏହି ଚର୍ଚ୍ଚାର ନିଆଁରେ ନିଜେ ଘିଅ ଢାଳିଛନ୍ତି ‌ନିଜେ ନବ। ମୁଁ ଅନ୍ୟ ଦଳକୁ ଗଲେ ତୁମେ ସମର୍ଥନ କରିବ ତ ? ପିସିସି କାର୍ଯ୍ୟକାରୀ ସଭାପତି ନବ ଦାସଙ୍କ ଏମିତି ଏକ ପ୍ରଶ୍ନ ସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ଟାଣିଛି। ଶୁଣନ୍ତୁ କଣ କହୁଛନ୍ତି କର୍ମୀ ।

କର୍ମୀଙ୍କ ମତ ବି ଥିଲା ତାଙ୍କ ସପକ୍ଷରେ।  ହଁ, ଆମ ନେତା ଯେଉଁ ଦଳରେ ଥାଆନ୍ତୁ ନା କାହିଁକି ଆମେ ତାଙ୍କୁ ସମର୍ଥନ କରିବୁ  । ଯାହାକୁ ନେଇ ଏବେ କଂଗ୍ରେସ ଅଳିନ୍ଦରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କଂଗ୍ରେସ ମଙ୍ଗୁଆଳଙ୍କ ଚିନ୍ତା ବି ବଢାଇଛି । ଦଳର କାର୍ଯ୍ୟକାରୀ ସଭାପତି ଯେତେବେଳେ ବିକଳ୍ପ ଖୋଜିଲେଣି ସେତେବେଳେ ଦଳର ମୁଖିଆଙ୍କ ପରିବା ପଣିଆ ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ ।

ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ରଘୁନାଥପାଲି କଂଗ୍ରେସ କାର୍ଯ୍ୟାଳୟରେ ଶନିବାର ଦଳର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଧାୟକ ନବ ଦାସ ଯୋଗ ଦେଇଥିଲେ। ବୈଠକରେ ବିଭିନ୍ନ ପଂଚାୟତର କର୍ମୀ ଓ ସମର୍ଥକ ବି ଉପସ୍ଥିତ ଥିଲେ ।

Leave A Reply

Your email address will not be published.