Latest Odisha News

BREAKING NEWS

ଗୋବିନ୍ଦ ସାହୁକୁ  ଷଡ଼ଯନ୍ତ୍ର କରି ମାରି ଦିଆଗଲା କହି ସିବିଆଇ ତଦନ୍ତ ଦାବି କଲେ ସାଲୁଜା

ଭୁବନେଶ୍ୱର : ଗୋବିନ୍ଦ ସାହୁଙ୍କୁ ଷଡଯନ୍ତ୍ରରେ ମାରି ଦିଆଯାଇଛି । ଆଜି ସେ କୋର୍ଟରେ ହାଜର ହୋଇଥାନ୍ତେ । ମହାଲିଙ୍ଗ କଲେଜର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଏକ ଚର୍ଚ୍ଚିତ ମାମଲା । ମମିତା ମେହେର ହତ୍ୟା ମାମଲାରେ ବିଜେଡିର ମନ୍ତ୍ରୀ, ବିଧାୟକ ସମ୍ପୃକ୍ତ ଥିଲେ । ତେଣୁ ତାଙ୍କୁ ଷଡ଼ଯନ୍ତ୍ର କରି ଗୋବିନ୍ଦକୁ ମାରି ଦିଆଯାଇଛି  ବୋଲି ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।

ମମିତା ମେହେରଙ୍କ ବାପା-ମାଆ ସାକ୍ଷୀ ଦେବା ପରେ ଗୋବିନ୍ଦ ମାନସିକ ଚାପରେ ଥିଲେ । ଗୋବିନ୍ଦ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ । ତାହା ଖାରଜ ହୋଇଯାଇଥିଲା । ରାଜ୍ୟ ସରକାରରେ ଥିବା ମନ୍ତ୍ରୀ ତାଙ୍କୁ ସୁରକ୍ଷା ଦେବାକୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହ ନଘଟିବାକୁ ଗୋବିନ୍ଦ ଚାପରେ ଥିଲେ । ମନ୍ତ୍ରୀ ଓ ବିଧାୟକଙ୍କୁ କଲେଜରେ ଝିଅ ଯୋଗାଉଥିଲେ ଗୋବିନ୍ଦ । ତେଣୁ ପ୍ରମାଣ ନଷ୍ଟ କରିବା ପାଇଁ ଗୋବିନ୍ଦଙ୍କୁ ରାସ୍ତାରୁ ହଠାଇ ଦିଆଗଲା ବୋଲି କହିଛନ୍ତି ସାଲୁଜା ।

ଜେଲ୍ ଭିତରେ ରଶି କେମିତି ମିଳିଲା ଜେଲ୍ କର୍ମଚାରୀ କିପରି ଦେଖିପାରିଲେନି ଗୋବିନ୍ଦଙ୍କୁ ଜ୍ୱାଇଁ ପୁଅ ଭଳି ଭିଆଇପି ସୁବିଧା ଦିଆଯାଉଥିଲା ବୋଲି ଅଭିଯୋଗ କରିଛନ୍ତି ସାଲୁଜା । ମମିତାଙ୍କ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ହଟିବା ପରେ ଶାସକ କଳର କେତେକ ମନ୍ତ୍ରୀ ବର୍ତ୍ତିଗଲେ । ଏବେ ତାଙ୍କ ଡ୍ରାଇଭର ରାଧେଶ୍ୟାମର ସୁରକ୍ଷା ବାଞ୍ଛନୀୟ ବୋଲି ସେ କହିଛନ୍ତି । ଆତ୍ମହତ୍ୟା ନୁହେଁ ହତ୍ୟା ଜାଣିବା ପାଇଁ ସେ ସିବିଆଇ ତଦନ୍ତ ଦାବି କରିଥିଲେ ।

Leave A Reply

Your email address will not be published.