Latest Odisha News

BREAKING NEWS

5T ଟି ସ୍କୁଲ, ହେଲେ ପିଲାଙ୍କ ପାଇଁ ଘର ନାହିଁ

ହାଟଡିହି:୫ଟି ସ୍କୁଲ । ହେଲେ ଗୋଟିଏ ବି ଟି ଏଠି ଦେଖିବାକୁ ମିଳେନି ।  ଇଂରେଜ ଅମଳର ଏହି ବିଦ୍ୟାଳୟଟି ବର୍ତ୍ତମାନ ତାର ଅସ୍ତିତ୍ବ ହରାଇବାକୁ ଯାଉଛି  ।  ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଛି ହେଲେ ଏ ସ୍କୁଲରେ ପାଠ ପଢିବାକୁ ଶ୍ରେଣୀ ଗୃହ  ନାହିଁ । ବାରଣ୍ଡାରେ ବସି ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ। ଅଭିଯୋଗ କରି କରି ଥକି ଗଲେ ମଧ୍ୟ  ଅଧିକାରୀଙ୍କ ନଜର ପଡୁନି ।
ଅବ୍ୟବସ୍ଥା ଭିତରେ ଚାଲିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ରମ୍ପାସ ସରକାରୀ ପ୍ରାଥମିକ ବିଦ୍ୟାଳୟ । ଶ୍ରେଣୀଗୃହ ଅଭାବରୁ ଏଠାରେ ବାରଣ୍ଡା ରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ ।  ୧୯୪୬ ମସିହାରୁ ପ୍ରତିଷ୍ଠା ହୋଇଥିବା ଏହି ବିଦ୍ୟାଳୟରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଯାଏଁ ପାଠ ପଢା ଯାଏ୧ । ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୮୦। ହେଲେ ଏତେ ପିଲାଙ୍କ ପାଇଁ  ଏଠି ଜାଗା ଅଭାବ। ଗୋଟିଏ ଶ୍ରେଣୀ ଗୃହର ଛାତ ଭାଙ୍ଗି ତଳକୁ ଖସୁଛି  । ଫଳରେ ଦୁଇଟି ଶ୍ରେଣୀରେ ଛାତ୍ରଛାତ୍ରୀଙ୍କୁ ଜାଗା ଧରୁନି। ତେଣୁ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର କୋମଳମତି ଛାତ୍ରଛାତ୍ରୀ ବାରଣ୍ଡାରେ ବସି ପଢୁଛନ୍ତି ।

ଶ୍ରେଣୀ ଗୃହ ସମସ୍ୟା ନେଇ ସ୍କୁଲ୍ କମିଟି ଠାରୁ ଆରମ୍ଭ କରି ଅନେକ ଗ୍ରାମବାସୀ ଜିଲ୍ଲାପାଳ ଓ ଅନ୍ୟ ପଦାଧିକାରୀଙ୍କ ନିକଟକୁ ଦୌଡ଼ି ଦୌଡ଼ି ଥକିଗଲେଣି । ହେଲେ କିଛି ଲାଭ ମିଳୁନି । ଘଟଣା ସମ୍ପର୍କରେ ଉପଜିଲ୍ଲାପାଳଙ୍କୁ ଅବଗତ କରିବା ପରେ ସେ  ତୁରନ୍ତ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Leave A Reply

Your email address will not be published.