ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ନେଇ ମୁହଁ ଖୋଲିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ବିକାଶରେ ମୋର ବାଧା ନାହିଁ ।ଶ୍ରୀମନ୍ଦିର ଉନ୍ନତି କରଣ ହେବା ଦରକାର । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇବା ସହ ବିକାଶ କାମକୁ ଆଗେଇ ନେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ।ମନ୍ଦିର ପାଖରେ ଗାତ ଖୋଳି ମନ୍ଦିରକୁ ନଷ୍ଟ ନକରି ଉନ୍ନତି କରାଯାଉ ବୋଲି ସୁର ରାଉତରାୟ କହିଛନ୍ତି ।
ରାଜ୍ୟରେ ସମସ୍ତ ମନ୍ଦିରର ଉନ୍ନତି ହେବା ଦରକାର । ଫାଇବ ଟି ସଚିବ ଭିକେ ପାଣ୍ଡିଆନ ବିଭିନ୍ନ ମନ୍ଦିର ବୁଲି ଉନ୍ନତି କରଣ କାର୍ଯ୍ୟ ଦେଖୁଛନ୍ତି । ସେସବୁକୁ କଂଗ୍ରେସ ବିଧାୟକ ସୁର ରାଉତରାୟ ପ୍ରଶଂସା କରିଛନ୍ତି । ଗତକାଲି ଫାଇବ ଟି ସଚିବ ଭିକେ ପାଣ୍ଡିଆନ କଟକ ଚଣ୍ଡି ମନ୍ଦିର ଯାଇଥିଲେ । କଟକ ଚଣ୍ଡି ମନ୍ଦିରର ଉନ୍ନତି କରଣ ହେଉ ବୋଲି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ।
ଅନ୍ୟସବୁ ରାଜ୍ୟରେ ମନ୍ଦିର ଗୁିଡକର ବିକାଶ କାମ ହେଉଛି ।ଆମ ରାଜ୍ୟ ଓଡିଶାରେ ମଧ୍ୟ ବିକାଶ ହେବା ଦରକାର ବୋଲି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଥିଲେ ।
Comments are closed.