Latest Odisha News

[ଭିଡ଼ିଓ] ପୋଲିସ କମିଶନରଙ୍କୁ ତାରାଙ୍କ ଚ୍ୟାଲେଞ୍ଜ

ଭୁବନେଶ୍ୱର: ପୋଲିସ କମିଶନରଙ୍କୁ ତାରାଙ୍କ ଚ୍ୟାଲେଞ୍ଜ  ।  କଂଗ୍ରେସ କର୍ମୀ ପଥର ମାରିବା ପ୍ରମାଣ କଲେ ରାଜନୀତି ଛାଡ଼ିଦେବି । ସିପିଙ୍କୁ କଂଗ୍ରେସର ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଚ୍ୟାଲେଞ୍ଜ ।  ହେଲେ ତାହା ପ୍ରମାଣିତ କରିନପାରିଲେ ପୋଲିସ କମିଶନର ତାଙ୍କ ଚାକିରି ଛାଡିବେ କି ବୋଲି ପ୍ରଶ୍ନ କରିଛନ୍ତି ତାରା । ପୋଲିସ କଂଗ୍ରେସ ଭବନ ଭିତରକୁ ଢେଲା ମାରିଛି । ତେଣୁ ପୋଲିସ କମିଶନରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

ଛାତ୍ର କଂଗ୍ରେସ କର୍ମୀମାନେ ପୁଲିସ୍‌ ଉପରକୁ ପଥରମାଡ଼ କରିଥିଲେ ବୋଲି ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ଆଉ ଏହାକୁ ନେଇ ପୁଲିସ୍ କମିଶନରଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି।

କଂଗ୍ରେସ ଭବନ ଭିତରେ ପଶି ମାଡ ଘଟଣାରେ କାର୍ଯ୍ୟାନୁଷ୍ଠାନ ନହେଲେ ପୋଲିସ କମିଶନର ଅଫିସ ଘେରାଉ କରିବୁ ବୋଲି ତାରା କହିଛନ୍ତି ।

 

Comments are closed.