Latest Odisha News

BREAKING NEWS

ନିଜ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ

ଗଞ୍ଜାମ: ନିଜ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ । ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତକୁ ହିଞ୍ଜିଳି ଆରଏମସି ଛକରେ ବିରୋଧ । କଂଗ୍ରେସ କର୍ମୀ ମାନେ ରାସ୍ତା ଉପରକୁ ଆସି କଳା ପତାକା ପ୍ରଦର୍ଶନ କରିଥିବାର ଦେଖିବାକୁ ମିଳିଛି । ମମିତା ମେହେର ପ୍ରସଙ୍ଗକୁ ନେଇ ଦଳ ପକ୍ଷରୁ ବିରୋଧ କରାଯାଇଛି । ଘଟଣାରେ କଂଗ୍ରେସ କର୍ମୀଙ୍କୁ ଗିରଫ କରାଯାଇଛି ।

ସୁରକ୍ଷା ଦୃଷ୍ଟିରୁ ଗଞ୍ଜାମ ପୋଲିସ୍ ଏପରି କରିଥିବାର ଶୁଣିବାକୁ ମିଳିଛି । ବିଭିନ୍ନ ଛକରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବା ସହ ଛକ ଛକରେ ପୋଲିସ୍ ପଇନ୍ତରା ମାରିଛି । ବିଶେଷ ଭାବେ ରାସ୍ତାକଡ଼ରେ ଥିବା ବିଭିନ୍ନ ଦୋକାନ, ବଜାର ଉପରେ କଡ଼ା ନଜର ରଖାଯାଇଛି । ଅଣ୍ଡାମାଡ଼ ଓ ବିରୋଧକୁ ଦୃଷ୍ଟିରେ ରଖି କଡ଼ା ବନ୍ଦୋବସ୍ତ କରାଯାଇଛି ।

ତେବେ ଗଂଜାମ ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଇଛନ୍ତି । ଗଂଜାମର ଅଧିଷ୍ଠାତ୍ରୀ ଦେବୀ ତାରା ତାରିଣୀଙ୍କୁ ଦର୍ଶନ କରିଛନ୍ତି । BSKY କାର୍ଡ ବାଣ୍ଟିବା ସହ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ କରିଥିବାର ସୂଚନା ମିଳିଛି । ଆଜି ତାରାତାରିଣୀ ପୀଠକୁ ଯିବା ପରେ ମାଆଙ୍କୁ ଦର୍ଶନ କରିବା ସହ ମନ୍ଦିର କାର୍ଯ୍ୟକୁ ଅନୁଧ୍ୟାନ କରିଛନ୍ତି ।

Leave A Reply

Your email address will not be published.