Latest Odisha News

BREAKING NEWS

ସଭାରେ ନବୀନଙ୍କ ଭରପୂର ପ୍ରଶଂସା, କ’ଣ ଇସାରା ଦେଉଛନ୍ତି ତାରା ?

ଭୁବନେଶ୍ୱର: ଭରା ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ଖାଲି ପ୍ରଶଂସା କରି ନାହାନ୍ତି ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରା ଦେଇ ସମସ୍ତଙ୍କୁ ଚକିତ କରିଛନ୍ତି ତାରା । ଜୟପୁର ବିକ୍ରମ ଦେବ କଲେଜର ପ୍ଲାଟିନମ୍ ଜୁବୁଲି ଉତ୍ସବରେ ତାରା ନବୀନଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି । କୋରାପୁଟର ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେଉଥିବାରୁ ନବୀନଙ୍କୁ କୃତଜ୍ଞତା ଜଣାଇବା ସହ ଗୁପ୍ତେଶ୍ୱର ପୀଠର ଉନ୍ନତି ପାଇଁ ନିବେଦନ କରିଛନ୍ତି ।

Congress MLA Tara Bahinipati What Indicating By Praising CM Naveen Patnaik In Public Meeting

ଏଥିସହ ବିକ୍ରମଦେବ କଲେଜରେ ଏକ ଅଡିଟୋରିୟମ୍ ପାଇଁ ତାରା ମଞ୍ଚରେ ଦାବି କରିଥିବା ବେଳେ ସେଇଠି ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ଦେଇଛନ୍ତି । ଯାହାକୁ ନେଇ ଜିଲ୍ଲାରେ ବେଶ୍ ଚର୍ଚ୍ଚା ହେଉଛି ।

Congress MLA Tara Bahinipati What Indicating By Praising CM Naveen Patnaik In Public Meeting

ସବୁବେଳେ କଂଗ୍ରେସ ବିଧାୟକ ତାରା ବାହିନୀପତି, ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମାଲୋଚନା କରୁଥିବା ବେଳେ ହଠାତ୍ ବଦଳି ଗଲେ କି ? ଯଦି ନା ତେବେ ସଭା ମଞ୍ଚରେ ଏତେ ପ୍ରଶଂସା କାହିଁକି ? ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

Congress MLA Tara Bahinipati What Indicating By Praising CM Naveen Patnaik In Public Meeting

ତା’ଛଡ଼ା ମଞ୍ଚରେ ନବୀନଙ୍କ ଡାହାଣ ପଟେ ତାରା ପ୍ରଥମେ ବସିବା ମଧ୍ୟ ଅନେକ କିଛି ଇଙ୍ଗିତ ଦେଉଛି । ଅନ୍ୟପଟେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରବି ନାରାୟଣ ନନ୍ଦଙ୍କୁ ମଞ୍ଚରୁ ଓହ୍ଲାଇବା ଲାଗି ହାତ ଟାଣିବାକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ଆଲୋଚନା ହେଉଛି ରବି ନନ୍ଦଙ୍କୁ ଏଡ଼ାଇ ତାରାଙ୍କୁ କୁଆଡ଼େ ବିଜେଡି ଆପଣାଇବ ।

Leave A Reply

Your email address will not be published.