କୋଚି: ରବିବାର ସନ୍ଧ୍ୟାରେ କେରଳର କଲୁରର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ଏକ ନୃତ୍ୟ କାର୍ଯ୍ୟକ୍ରମରେ ଥ୍ରିକ୍କାକରା ବିଧାୟିକା ଉମା ଥାମାସ ଗୁରୁତର ଆହତ ହୋଇଛନ୍ତି। ପ୍ରାୟ ୧୫ ଫୁଟ ଉଚ୍ଚତାରୁ ଖସିଯିବା କାରଣରୁ ତାଙ୍କ ମୁଣ୍ଡ ଓ ଫୁସଫୁସରେ ଗଭୀର ଆଘାତ ଲାଗିଛି। ସେ ସହରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ଭେଣ୍ଟିଲେଟର ସହାୟତାରେ ରଖାଯାଇଛି। ସେପଟେ, ଆୟୋଜକଙ୍କ ବିରୋଧରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ଏକ ମାମଲା ରୁଜୁ ହୋଇଛି।
ସୂଚନା ଅନୁସାରେ, ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଷ୍ଟାଡିୟମରେ ପହଞ୍ଚିଥିଲେ କଂଗ୍ରେସ ବିଧାୟିକା। ମାତ୍ର ହଠାତ୍ ଷ୍ଟାଡିୟମ ଗ୍ୟାଲେରିରୁ ତଳକୁ ଖସି ପଡ଼ିଲେ ବିଧାୟିକା। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ମେଡିକାଲ ପକ୍ଷରୁ କୁହାଯାଇଛି। ଏପରି ଅଘଟଣ କାହିଁକି ଘଟିଲା, ତାହା କାରଣ ଖୋଜିବାକୁ ଯାଞ୍ଚ ଆରମ୍ଭ ହୋଇଥିବା ଅଧିକାରୀ ସୂଚନା ଦେଇଛନ୍ତି।
କୌଣସି ଅଧିକାରୀ ଦାୟିତ୍ୱରେ ଅବହେଳା କରିଥିବା ତଥ୍ୟ ସାମ୍ନାକୁ ଆସିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଉମା ଥାମସ୍ କେରଳ ବିଧାନସଭାର ସଦସ୍ୟ ଅଛନ୍ତି। ସେ ଥ୍ରୀକ୍କାକାରା ସିଟ୍ରୁ ପ୍ରତିନିଧୀତ୍ୱ କରୁଛନ୍ତି। ସେ ୨୦୨୨ ମସିହା ଉପନିର୍ବାଚନରେ ବିଜୟୀ ହୋଇଛନ୍ତି।
Comments are closed.