Latest Odisha News

BREAKING NEWS

ବେଙ୍ଗାଲୁରୁରେ କଂଗ୍ରେସ ବିଧାୟକଙ୍କୁ ଟ୍ରାପ୍ ପାଇଁ ୫ କୋଟି ଲେଖାଏଁ ଅଫର, ଓଡ଼ିଶାର ୨ ଅଟକ

ଭୁବନେଶ୍ବର: ଆସନ୍ତାକାଲି ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ । ହେଲେ ଏହା ପୂର୍ବରୁ ସପ୍ତଗିରି ଉଲ୍ଲାକାଙ୍କ ବିସ୍ଫୋରକ ବୟାନ ସାମ୍ନାକୁ ଆସିଛି । ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଦତ୍ତେଶ୍ବର ହୋତାଙ୍କୁ ହରାଇବାକୁ ବିଜେପି ଓ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ୍ ରାୟ ଷଡ଼ଯନ୍ତ୍ର ରଚିଥିବା ସେ ଅଭିଯୋଗ ଆଣିଛନ୍ତି ।

ସେ କହିଛନ୍ତି, ସେ କହିଛନ୍ତି କଂଗ୍ରେସ ବିଧାୟକ ମାନଙ୍କୁ ପ୍ରଲୋଭିତ କରିବାକୁ ଉଦ୍ୟମ ଜାରି ରହିଛି । ବେଙ୍ଗାଲୁର ସ୍ଥିତ ହୋଟେଲରେ ଥିବା ବିଧାୟକ ମାନଙ୍କୁ ବ୍ଲାଙ୍କ୍ ଚେକ୍ ଦିଆଯିବା ସହ ୫ କୋଟି ଟଙ୍କା ଅଫର କରାଯାଉଛି । ଓଡିଶାରୁ ୪ ଜଣ ଲୋକ ଆସିଛନ୍ତି । ସେମାନଙ୍କୁ ଦିଲ୍ଲୀପ ରାୟ ପଠାଇଛନ୍ତି । ଏଠି ଆମର ୮ ଭୋଟ୍ ଓ ଭୁବନେଶ୍ଵରରେ ଆଉ ୬ ଭୋଟ୍ ସୁରକ୍ଷିତ ଅଛି । ମୋବାଇଲ୍ କଲ୍ ଡିଟେଲ୍‌ସ ଦେଖାଇ ଅଭିଯୋଗ ଆଣିଛନ୍ତି ସପ୍ତଗିରି ।

ସେପଟେ, ବେଙ୍ଗାଲୁରୁରେ ଓଡ଼ିଶାର କଂଗ୍ରେସ ବିଧାୟକଙ୍କୁ ପ୍ରଭାବିତ ଉଦ୍ୟମ ଘଟଣାରେ ଓଡ଼ିଶାରୁ ଯାଇଥିବା ୪ ଜଣଙ୍କ ମଧ୍ୟରୁ ୨ ଜଣ ଅଟକ ରଖାଯାଇଛି । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ଶିବକୁମାର । ରାଜ୍ୟସଭା ଭୋଟ୍ ପାଇଁ ୫ କୋଟି ଟଙ୍କା ପ୍ରସ୍ତାବ ଦେବା କଥା ସ୍ଵୀକାର କରିଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ପଳାଇଯାଇଥିବାବେଳେ ଅନ୍ୟ ଦୁଇ ଜଣଙ୍କୁ ଧରାଯାଇଛି ।

Leave A Reply

Your email address will not be published.