Latest Odisha News

BREAKING NEWS

ଲାଲକିଲ୍ଲା ହିଂସା, ଜାମ୍ମୁରୁ ୨ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ଜାନୁଆରୀ ୨୬ ତାରିଖରେ ଦିଲ୍ଲୀରେ କୃଷକ ଟ୍ରାକ୍ଟର ପରେଡ୍ ହିଂସାର ତଦନ୍ତ ଜାରି ରହିଛି । ହିଂସାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଧରିବା ଲାଗି ବାରମ୍ବାର ବିଭିନ୍ନ ସ୍ଥାନରେ ରେଡ୍ କରୁଛି ଦିଲ୍ଲୀ କ୍ରାଇମବ୍ରାଞ୍ଚ । କେତେକ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ରେଡ୍ ଜାରି ରହିଛି । ଦିଲ୍ଲୀ କ୍ରାଇମବ୍ରାଞ୍ଚ ଜାମ୍ମୁରେ ରେଡ୍ କରି ୨ ଜଣଙ୍କୁ ଗିରଫ କରିଛି ।

ଦିଲ୍ଲୀ ପୋଲିସ ଅନୁସାରେ ଜାମ୍ମୁରେ ରହୁଥିବା ମୋହିନ୍ଦର ସିଂହ ଖାଲସା ଓ ମନଦୀପ ସିଂହ ଜାନୁଆରୀ ୨୬ରେ ହୋଇଥିବା ଲାଲକିଲ୍ଲା ହିଂସାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ମୋହିନ୍ଦର ସିଂହଙ୍କୁ ୟୁନାଇଟେଡ୍ କାଶ୍ମୀର ଫ୍ରଣ୍ଟର ଅଧ୍ୟକ୍ଷ କୁହାଯାଉଛି । ଉଭୟଙ୍କୁ ଗିରଫ କରି ଦିଲ୍ଲୀ ଅଣାଯାଇଛି । କୋର୍ଟରେ ହାଜର ପରେ ଉଭୟଙ୍କୁ ରିମାଣ୍ଡରେ ନେବାକୁ ଯୋଜନା କରିଛି କ୍ରାଇମବ୍ରାଞ୍ଚ ।

ଏହା ପୂର୍ବରୁ ୨୬ ଜାନୁଆରୀ ଲାଲକିଲ୍ଲାରେ ଖଣ୍ଡା ଧରିଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା । ଜାନୁଆରୀ ୨୬ରେ କୃଷକ ଟ୍ରାକ୍ଟର ପରେଡ୍ କରିଥିଲେ । ରାଲି ବେଳେ ପ୍ରଦର୍ଶନକାରୀଙ୍କ ଏକ ଗୋଷ୍ଠୀ କେନ୍ଦ୍ରୀୟ ଦିଲ୍ଲୀ ଆଡ଼କୁ ମାଡ଼ି ଲାଲକିଲ୍ଲାରେ ପହଞ୍ଚିଥିଲେ । ଏବଂ ସେଠାରେ ନିଶାନ ସାହେବ ପତାକା ଉତ୍ତୋଳନ କରିବା ସହ ଭଙ୍ଗାରୁଜା କରିଥିଲେ ।

Leave A Reply

Your email address will not be published.