Latest Odisha News

କରୋନାରେ ମୃତ୍ୟୁବରଣ କଲେ କଂଗ୍ରେସ ସାଂସଦ ଏଚ୍‌. ବସନ୍ତ କୁମାର

ଚେନ୍ନାଇ: କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା କଂଗ୍ରେସ ସାଂସଦ ଏଚ୍‌. ବସନ୍ତ କୁମାରଙ୍କର ଆଜି ଆପୋଲୋ ହସ୍ପିଟାଲରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା ।

କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବସନ୍ତଙ୍କୁ ଗତ ୧୦ ତାରିଖରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ତାଙ୍କ ଅବସ୍ଥାରେ ଆଉ ସୁଧାର ଆସି ନ ଥିଲା । ଶେଷରେ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ସେ ପ୍ରଥମ ଥର ପାଇଁ କନ୍ୟାକୁମାରୀରୁ ଚଳିତ ଥର ସାଂସଦ ହୋଇଛନ୍ତି । ପୂର୍ବରୁ ନାନଗୁନେରୀ ବିଧାନସଭା ମଣ୍ଡଳୀରୁ ସେ ଦୁଇ ଥର ବିଜୟୀ ହୋଇଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ପରଲୋକରେ ଦୁଃଖପ୍ରକାଶ କରିଛନ୍ତି । ଟ୍ୱିଟ କରି ମୋଦି ଲେଖିଛନ୍ତି ଯେ, ବସନ୍ତ କୁମାରଙ୍କ ଦେହାନ୍ତରେ ମୁଁ ମର୍ମାହତ । ମୁଁ ଯେତେବେଳେ ତାଙ୍କ ସହ କଥାବାର୍ତ୍ତା ହୋଇଛି ସବୁ ବେଳେ ତାମିଲନାଡୁର ବିକାଶ ପାଇଁ ସେ କେତେ ବ୍ୟଗ୍ର ଥିଲେ ତାହା ଦେଖିଛି । ତାଙ୍କ ପରିବାର ଓ ସହଯୋଗୀଙ୍କୁ ମୋ ସମବେଦନା ।

Leave A Reply

Your email address will not be published.