Latest Odisha News

BREAKING NEWS

ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ଆଜି ତିନି ସହଯୋଗୀଙ୍କ ହେଲା ଲାଇ ଡେଟେକସନ ଟେଷ୍ଟ

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଆଜି ତାଙ୍କ ତିନି ସହଯୋଗୀ ପପୁ, ବିକାଶ ଓ ଦୀପକଙ୍କର ଲାଇ ଡିଟେକସନ ଟେଷ୍ଟ ହୋଇଛି । ସେମାନଙ୍କୁ ୪୦ ରୁ ଗୁଡାଇ ତୁଡାଇରୁ ୪୦ରୁ ଅଧିକ ପ୍ରଶ୍ନ ପଚରା ଯାଇଥିବା ଜଣାପଡିଛି । ଭୁବନେଶ୍ୱର ଫୋରେନ୍ସିକ ଲ୍ୟାବୋରୋଟୋରୀରେ କରାଯାଇଥିବା ଏହି ଟେଷ୍ଟରେ ଆଶ୍ରମରେ ଆଦିତ୍ୟଙ୍କର ସଂପୃକ୍ତି, ଆଶ୍ରମ ଫଣ୍ଡରୁ ଉଠାଯାଇଥିବା ୭୦ ହଜାର ଟଙ୍କା ସମ୍ପର୍କରେ ପ୍ରଶ୍ନ ପଚରାଯାଇଥିବା ଅନୁମାନ କରାଯାଉଛି ।

ଗତକାଲି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କର ଲାଇ ଡିଟେକ୍ସନ ଟେଷ୍ଟ ହୋଇଥିଲା । ତାଙ୍କୁ ପ୍ରାୟ ୫ ଘଣ୍ଟା ଧରି ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ ପଚରା ଯାଇଥିଲା ।

ତେବେ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ପତ୍ନୀ ବିଦ୍ୟାଶ୍ରୀ ଆଜି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ଗତ ଜୁଲାଇ ୭ ତାରିଖରେ ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ ଦେହ ଲିଙ୍ଗରାଜ ଷ୍ଟେସନ ରେଳ ଧାରଣାରୁ ମିଳିଥିଲା । ଏହି ଘଟଣାର ତଦନ୍ତ ପ୍ରଥମେ ଜିଆରପି କରୁଥିବା ବେଳେ ପରେ ପୋଲିସ ମହାନିର୍ଦ୍ଦେଶକ ଏହାକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ । ଏହା ପୂର୍ବରୁ କ୍ରାଇମବ୍ରାଞ୍ଚ ଟିମ୍ ଆଦିତ୍ୟଙ୍କ ମୃତ୍ୟୁ ହୋଇଥିବା ସ୍ଥାନ ପରିଦର୍ଶନ କରିବା ସହ ବିଦ୍ୟାଶ୍ରୀ, ପରିବାରର ଅନ୍ୟ ସଦସ୍ୟ ଓ ତାଙ୍କର ତିନି ସହଯୋଗୀଙ୍କୁ ଜେରା କରିଥିଲା ।

Leave A Reply

Your email address will not be published.