ନୂଆଦିଲ୍ଲୀ: ବିପକ୍ଷ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନା ଏକ କାର୍ଯ୍ୟକ୍ରମରେ ଜଣେ କଂଗ୍ରେସ ଏମପି ତାଙ୍କ ଦାମିକିଆ କଲମ ହଜେଇ ଦେଇଛନ୍ତି । କନ୍ୟାକୁମାରୀର ଏହି ଏମପିଙ୍କ ନାମ ହେଲା ବିଜୟ ବସନ୍ତ ଏବଂ ତାଙ୍କ କଲମର ମୂଲ୍ୟ ୧.୫ ଲକ୍ଷ ଟଙ୍କା ହେବ । ଅଭିଯୋଗ କରାଯିବ ପରେ ଏହି ଦାମୀ କଲମ କିଏ ନେଲା ତାର ତଦନ୍ତ ପୋଲିସ ଆରମ୍ଭ କରିଦେଇଛି । ବିଜୟଙ୍କୁ ତାଙ୍କ ବାପା ଏହି କଲମ ଉପହାର ସ୍ୱରୂପ ଦେଇଥିଲେ । ହୋଟେଲରେ ପ୍ରବେଶ କରିବା ବେଳେ ପ୍ରବଳ ଭୀଡ ହୋଇଥିଲା । କାର୍ଯ୍ୟକ୍ରମ ସମାପ୍ତ ହେବା ପରେ ସେ ଯେତେବେଳେ ବାହାରକୁ ଆସିଲେ ଦେଖିଲେ ତାଙ୍କ ପକେଟରେ କଲମ ନାହିଁ । ପୋଲିସ ଏବଂ ହୋଟେଲ କର୍ମଚାରୀ ସିସିଟିଭି ଫୁଟେଜ ଯାଂଜ କରୁଛନ୍ତି । ତେବେ କଲମ ମିଳିଯିବ ବୋଲି ପୋଲିସ ପକ୍ଷରୁ ଆଶ୍ୱସନା ଦିଆଯାଇଛି । ମୋ ବାପାଙ୍କ ସ୍ମାରକୀ ନ ମିଳିଳେ ମୁଁ ନିଜକୁ କ୍ଷମା କରିପାରିବି ନାହିଁ ବୋଲି ବିଜୟବସନ୍ତ କହିଛନ୍ତି ।
BREAKING NEWS
- ପାଲକ ପନିରକୁ ନେଇ ବିବାଦ, ଭାରତୀୟ ଛାତ୍ରଙ୍କୁ ମିଳିଲା ୧.୮ କୋଟି…
- Indian coast guard: ଭାରତୀୟ ଜଳସୀମାରେ ଅନୁପ୍ରବେଶ କରୁଥିବା ପାକିସ୍ତାନୀ ଡଙ୍ଗା ଜବତ, ୯ ଗିରଫ
- ଇରାନରେ ବଢୁଛି ହିଂସା; କାଲିଠୁ ଉଦ୍ଧାର ହେବେ ଭାରତୀୟ..
- group clash: ଗୋଷ୍ଠୀ ସଂଘର୍ଷ ପରେ ଆସନ୍ତାକାଲି ସୁନ୍ଦରଗଡ଼ ସହରରେ ସବୁ ସ୍କୁଲ,କଲେଜ ବନ୍ଦ
- ଆଉ ଜଣେ ଠକ ଡାକ୍ତର ଗିରଫ; ମିଥ୍ୟା ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କ ପରିବାରଠୁ ୨୨ ଲକ୍ଷ ଠକେଇ
- ଘରେ ଅଗ୍ନିକାଣ୍ଡ ଘଟି ତିନି ଜଣ ଶିଶୁଙ୍କ ସମେତ ୬ଜଣ ଜୀବନ୍ତ ଦଗ୍ଧ
- ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ: ଆମେରିକାକୁ ହରାଇ ବିଜୟ ଅଭିଯାନ ଆରମ୍ଭ କଲା ଭାରତ
- ସାଉଦି ଆରବର ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ପରଲୋକ, ୧୧୦ ବର୍ଷରେ ହୋଇଥିଲେ ବାପା
- ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ର ବିଜେଡିରୁ ନିଲମ୍ବିତ
- ନୂତନ ବିଧାନସଭା ଏବଂ ଲୋକସେବା ଭବନ ନିର୍ମାଣର ଆବଶ୍ୟକତା ଉପରେ ପ୍ରଶ୍ନ ଉଠାଇଲା ବିଜେଡି
Comments are closed.