Latest Odisha News

BREAKING NEWS

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧. ଆସନ୍ତାକାଲି ଓଡ଼ିଶା ଆସିବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀମତି ଦ୍ରୌପଦୀ ମୁର୍ମୁ l ଭୁବନେଶ୍ୱରର ବିମାନବନ୍ଦରରେ ପହଞ୍ଚିବା ପରେ ଶ୍ରୀମତି ମୁର୍ମୁ ପ୍ରଥମେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ। ତାପରେ ବିଧାନସଭାକୁ ଆସିବେ। ନିଜ ସପକ୍ଷରେ ସମର୍ଥନ ଲାଗି ଶ୍ରୀମତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଆସୁଛନ୍ତି। ସେ ସବୁ ଦଳର ସମର୍ଥନ ଲାଗି ପ୍ରୟାସ ଚଳାଇଛନ୍ତି।

NDA Presidential Candidate Draupadi Murmu To Visit Odisha On 5th July

୨. ବିଧାୟକଙ୍କ ପରେ ସାଂସଦଙ୍କ ଉପରେ ସିନ୍ଧେଙ୍କ ଆଖି l କହିଲେ- ‘୧୯ରୁ ୧୨ ମୋର’ l ସେପଟେ ଉଦ୍ଧବ ଠାକରେ ରାଜନଙ୍କୁ ନୂଆ ନେତା କରିଥିବା ବେଳେ ମହାରାଷ୍ଟ୍ରରେ ଉଦ୍ଧବଙ୍କ ଶିବସେନାରୁ ନେତାଙ୍କ ପଳାୟନ ଜାରି ରହିଛି l ଦିଗ୍ଗଜ ନେତା ଆନନ୍ଦ ରାଓ ଅଡସୁଲ୍ ଇସ୍ତଫା ଦେଇଛନ୍ତି l

୩. ବିବାଦରେ ପୁଣି ବିଜେବି କଲେଜ । ଗୋଟିଏ ମାମଲା ଥମିନଥିବା ବେଳେ ଆଉ ଏକ ରାଗିଂ ମାମଲା ସାମ୍ନାକୁ ଆସିଛି । ବିଜେବି କଲେଜରେ ପୁଣି ରାଗିଂ ହେଉଥିବା ଅଭିଯୋଗ ଆଣିଛନ୍ତି ଜଣେ ଛାତ୍ର । ଏପରିକି ଅଧ୍ୟାପକମାନଙ୍କ ସାମ୍ନାରେ ରାଗିଂ ହେଉଥିବା ଛାତ୍ର ଜଣଙ୍କ ଅଭିଯୋଗ କରିଛନ୍ତି।

୪. ରାଜ୍ୟରେ ଚିନ୍ତା ବଢ଼ାଉଛି କରୋନା ଆକ୍ରାନ୍ତଂକ ସଂଖ୍ୟା l ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ୍ l ୨୪ ଘଣ୍ଟାରେ ୪୨୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ଲଗାତର ଦ୍ୱିତୀୟ ଦିନପାଇଁ ସଂକ୍ରମଣ ୪ ଶହ ପାର ହୋଇଛି । ଲୋକାଲ କେସ୍ ୧୭୭, କ୍ୱାରେଣ୍ଟିନରୁ ୨୫୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

୫. ରାଜ୍ୟରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ l ପ୍ରଭାବରେ ଉତ୍ତର ଓଡ଼ିଶା ଏବଂ ଏହାର ଆଖପାଖ ଅଂଚଳରେ ବର୍ଷା ଜାରି ରହିଛି । ଏହା ସହ ମୌସୁମୀ ଟ୍ରପଲାଇନ୍ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗିରହିଛି ।  ଆଜି ପ୍ରବଳ ବର୍ଷା ପାଇଁ ୧୧ ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି ।

୬. ଯାତ୍ରା ଅଭିନେତା ଦୈତାରୀ ପଣ୍ଡାଙ୍କ ନାଁରେ ଆସିଛି ପୁଣି ଏକ ସାଂଘାତିକ ଅଭିଯୋଗ l ଦୈତାରୀ ପଣ୍ଡା, ଟଙ୍କା ନେଇ କାମ କରୁନଥିବା ଭଳି ଅଭିଯୋଗ ଆସିଛି। “୧୫ ଲକ୍ଷ ନେଲେ କିନ୍ତୁ ଆସୁନାହାନ୍ତି”-ଏହି କଥାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ନିଜେ ଦୈତାରୀ ପଣ୍ଡା ।

୭. ମନ୍ତ୍ରୀମଣ୍ଡଳରେ ବିଦ୍ରୋହ ପରେ ଶେଷରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ।  ବ୍ରିଟେନରେ ଜାରି ରହିଥିବା କ୍ଷମତା ସଂକଟ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ପାଇଁ ମହଙ୍ଗା ପଡିଛି । ବୋରିସଙ୍କ ବିରୋଧରେ ତାଙ୍କ ମନ୍ତ୍ରୀମଣ୍ଡଳର ୪୦ ଜଣ ମନ୍ତ୍ରୀ ବିଦ୍ରୋହ କରି ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ । ଏହାପରେ ତାଙ୍କ ଉପରେ ଇସ୍ତଫା ଦେବା ନେଇ ଚାପ ପଡିଥିଲା । ବିରୋଧୀ ଲେବର ପାର୍ଟି ତାଙ୍କ ଇସ୍ତଫା ଦାବି କରି ଚାରିଆଡେ ପ୍ରଦର୍ଶନ କରୁଥିଲେ ।

୮. ମୌସୁମୀ ବର୍ଷାରେ ଦେଶର ଅଧିକାଂଶ ରାଜ୍ୟର ଅଧିକାଂଶ ଅଂଚଳ ବେହାଲ୍ ହୋଇଯାଇଛି । ମୁଶଳଧାରାରେ ବର୍ଷା, ଭୂସ୍ଖଲନ, ବନ୍ୟା ଯୋଗୁଁ ସ୍ଥିତି ସଙ୍ଗୀନ ହୋଇ ଉଠିଛି । ମହାରାଷ୍ଟ୍ରରେ ଅତି ପ୍ରବଳ ବର୍ଷା ଯୋଗୁଁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି । ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ପୂରା ରାଜ୍ୟରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଲଗାଣ ବର୍ଷା ଯୋଗୁ ସହରର ଅନେକ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଅନେକ ବସର ରୁଟ ବଦଳାଇ ଦିଆଯାଇଛି ।

୯. ଭାରତ ବିରୋଧରେ ପାକିସ୍ତାନର ଆତଙ୍କୀ ପ୍ଲାନ । ଏନେଇ ଭାରତୀୟ ସେନା ପକ୍ଷରୁ ଜାରି ହୋଇଛି ୩୩ ପୃଷ୍ଠା ସମ୍ବଳିତ ରିପୋର୍ଟ । ଭାରତରେ ବ୍ୟାପକ ହିଂସା, ରକ୍ତପାତ ଘଟାଇବା ଲାଗି ପାକିସ୍ତାନ ଯୋଜନା କରୁଥିବା ନେଇ ରିପୋର୍ଟରେ ଉଲ୍ଲେଖ ରହିଛି । ପାକ୍‌ ଭିତ୍ତିକ ଆତଙ୍କବାଦୀଙ୍କ ଦ୍ୱାରା ପୋଲିସ, ଶିକ୍ଷକ ଓ ବାହାର ରାଜ୍ୟର ଶ୍ରମିକଙ୍କୁ ଟାର୍ଗେଟ କରାଯାଉଛି ।

୧୦. ରୁଷ୍ ଠାରୁ S-400 କିଣିଲେ ବି ଭାରତ ଉପରେ କଟକଣା ନ ଲଗାଇବାକୁ ଆମେରିକା ସାଂସଦଙ୍କ ଦାବି । ସାଂସଦ ରୋ ଖାନ୍ନା ହେଉଛନ୍ତି ଡେମୋକ୍ରାଟ ଦଳର ସଦସ୍ୟ ଥିବା ଜଣେ ଭାରତୀୟ ବଂଶୋଦ୍ଭବ । ସେ କହିଛନ୍ତି, ଭାରତ ଏବେ ରୁଷର ମିଲିଟାରୀ ସାମଗ୍ରୀ ଉପରେ ଅତ୍ୟନ୍ତ ନିର୍ଭରଶୀଳ ଥିବାରୁ ଭାରତକୁ କଟକଣାରୁ ମୁକ୍ତ ରଖାଯିବା ଭାରତ-ଆମେରିକା ସାମରିକ ସହଯୋଗିତା ପାଇଁ ବେଶ ହିତକର ।

୧୧. ପିଭି ସିନ୍ଧୁଙ୍କ ସମେତ ବି.ସାଇ ପ୍ରଣୀତ୍ ଏବଂ ପାରୁପଲ୍ଲୀ କାଶ୍ୟପ୍, ମାଲେସିଆ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ହେଲେ ସାଇନା ନେହ୍ବାଲ୍ ଆରମ୍ଭରୁ ବିଦାୟ ‌ନେଇଛନ୍ତି। ସାଇନା ମହିଳା ଏକକ ପ୍ରଥମ ରାଉଣ୍ଡ ମୁକାବିଲାରେ ବୁଧବାର ଦକ୍ଷିଣ କୋରିଆ ପ୍ରତିଦ୍ବନ୍ଦ୍ବୀ କିମ୍‌-ଗା-ଇୁନଙ୍କ ନିକଟରୁ ୨୧-୧୬, ୧୭-୨୧ ଓ ୧୪-୨୧ରେ ହାରିଯାଇଛନ୍ତି । ସାଇନା ଏହା ପୂର୍ବରୁ ମଧ୍ୟ ଗତ ସପ୍ତାହରେ ମାଲେସିଆ ଓପନ୍‌ ସୁପର ୭୫୦ ପ୍ରତିଯୋଗିତାରେ ପ୍ରଥମ ରାଉଣ୍ଡ ହାରି ବିଦାୟ ନେଇଥିଲେ।

୧୨. ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଆଜି ଜନ୍ମଦିନ । ଇଂଲଣ୍ଡରେ ଜନ୍ମଦିନ ପାଳିଲେ ଧୋନୀ, ନିଜ ପରିବାର ସଦସ୍ୟଙ୍କ ସହ କାଟିଲେ କେକ୍ l ଏହି ଅବସରରେ ତାଙ୍କର କୋଟି କୋଟି ପ୍ରଶଂସକ ଓ ଶୁଭେଚ୍ଛୁ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।

୧୩. ଚର୍ଚ୍ଚାରେ ବଲିଉଡ୍ ଅଭିନେତା ନୱାଜୁଦ୍ଦିନ୍ ସିଦ୍ଦିକିଙ୍କ ପତ୍ନୀ-ଆଲିଆ ସିଦ୍ଦିକି । ଆଲିଆଙ୍କ ନାଁରେ ଆସିଛି ଠକେଇ ଅଭିଯୋଗ ।  ତାଙ୍କ ପ୍ରଡକ୍ସନ କମ୍ପାନୀ ‘ହୋଲି କାଓ’ର କ୍ରିଏଟିଭ୍ ତଥା କୋ-ପ୍ରଡ୍ୟୁସର ମଞ୍ଜୁ ଗରୱାଲଙ୍କୁ ୩୧ ଲକ୍ଷ ଟଙ୍କା ଦେବାକୁ ମନା କରି ଦେଇଛନ୍ତି । ମଞ୍ଜୁ ପୋଲିସ୍ ନିକଟରେ ଅଭିଯୋଗ କରିଛନ୍ତି ।

୧୪. ନୂଆ ଲୁକରେ ନଜର ଆସିଲେ ବିଲିଉଡ ଡ଼ିଭା ସୋନାକ୍ଷୀ ସିହ୍ନା।। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅଭିନେତ୍ରୀଙ୍କ ଫଟୋ। ବ୍ଲଣ୍ଡ ହେୟାର ଷ୍ଟାଇଲ ସହ ସିଲଭର ମେଟାଲ ଗେଟଅପରେ ନିଜ ପିକ୍ ପୋଷ୍ଟ କରି ଏବେ ଚର୍ଚ୍ଚାରେ ଅଛନ୍ତି ସୋନାକ୍ଷୀ l

୧୫. ସଲମାନ ଖାଁଙ୍କ ଦବଙ୍ଗ-୪ର ନିର୍ଦ୍ଦେଶନା ଦେବେ ତିଙ୍ଗମାଂସୁ ଧୂଲିଆ ।  ତିଙ୍ଗମାଂସୁ, ଏହାର କାହାଣୀ ମଧ୍ୟ ଲେଖିଛନ୍ତି । ୨୦୨୨ ଡିସେମ୍ବରରେ ଏହାର ସୁଟିଂ ଆରମ୍ଭ ହେବ । ଚୁଲବୁଲ୍ ପାଣ୍ଡେର କାହାଣୀର ଥ୍ରୀଲ ଆଉ ଆଡଭେନଚର ଆଣିବାରେ ତିଙ୍ଗମାଂସୁ ଉପଯୁକ୍ତ ବ୍ୟକ୍ତି ବୋଲି ସଲମାନ୍ କହିିଛନ୍ତି ।

 

 

Leave A Reply

Your email address will not be published.