Latest Odisha News

ସାମ୍ନାକୁ ଆସିଲା ଶ୍ରଦ୍ଧାଙ୍କ ଶବ ବ୍ୟବଚ୍ଛେଦ ବିଶ୍ଳେଷଣ ରିପୋର୍ଟ: ଆରିରେ ଶ୍ରଦ୍ଧାଙ୍କ ହାଡକୁ ଖଣ୍ଡ ଖଣ୍ଡ କରିଥିଲା ପ୍ରେମିକ

ନୂଆଦିଲ୍ଲୀ: ଶ୍ରଦ୍ଧା ବାଲକର ହତ୍ୟାକାଣ୍ଡର ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଲା । ପ୍ରେମିକାକୁ ହତ୍ୟା ପରେ ତାହାର ହାଡକୁ ଆରିରେ ଟିକି ଟିକି କରି କାଟିଥିଲା ରାକ୍ଷସ ପ୍ରେମିକ । ପୋଷ୍ଟମର୍ଟମ ରିପୋର୍ଟରେ ହୋଇଛି ଏପରି ଖୁଲାସା । ଦିଲ୍ଲୀ ପୋଲିସ ଶ୍ରଦ୍ଧାଙ୍କର ୨୩ଟି ହାଡର ପୋଷ୍ଟମର୍ଟମ ବିଶ୍ଳେଷଣ କରାଇଥିଲା । ମଙ୍ଗଳବାର ଏହି ବିଶ୍ଳେଷଣ କରାଯାଇଥିଲା । ଏହି ରିପୋର୍ଟରୁ ମିଳିଥିବା ତଥ୍ୟ ଅନୁଯାୟୀ, ଶ୍ରଦ୍ଧାଙ୍କ ହାଡକୁ ଜହ୍ଲାଦ ପ୍ରେମିକ ଆରି କାଟିଥିଲା । ଜାନୁଆରୀ ଶେଷ ସପ୍ତାହ ସୁଦ୍ଧା ଦିଲ୍ଲୀ ପୋଲିସ ଏହାର ଚାର୍ଜ ସିଟ ଦାଖଲ କରିପାରେ ।

ଏହା  ପୂର୍ବରୁ ଜାନୁଆରୀ ୧୦ରେ ଦିଲ୍ଲୗ ସାକେତ କୋର୍ଟ ଶ୍ରଦ୍ଧ ବାଲକର ହତ୍ୟାକାଣ୍ଡର ଅଭିଯୁକ୍ତ ଆଫତାବ ପୁନାବାଲର ଜୁଡିସିଆଲ କଷ୍ଟଡି ଆହୁରି ୧୪ ଦିନ ପାଇଁ ବୃଦ୍ଧି କରିଛନ୍ତି । ତାଙ୍କୁ ଗରମ ପୋଷାକ ଯୋଗାଇ ଦେବାକୁ କୋର୍ଟ ଜେଲ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷେ ଜେଲରେ ଆଫତାବ ପଢିବା ପାଇଁ ବହି ମାଗୁଥିବା ଜଣାଯାଇଛି।

୨୦୨୨ ମେ ୧୮ ତାରିଖରେ ପ୍ରେମିକ ଅଫତାବ ପ୍ରେମିକା ଶ୍ରଦ୍ଧାକୁ  ତଣ୍ଟିଚିପି ହତ୍ୟା କରିବା ପରେ ୩୫ ଖଣ୍ଡ କରି କାଟି ଫ୍ରିଜ୍‌ରେ ରଖିଥିଲା । ନଭେମ୍ବର ମାସରେ ଏହି ଘଟଣା ସାମ୍ନାକୁ ଆସିଥିବା ବେଳେ ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇଥିଲା । ମେ ୧୮ରେ ଅଫ୍‌ତାବ୍‌ ପ୍ରେମିକା ଶ୍ରଦ୍ଧା ୱାକରଙ୍କୁ ହତ୍ୟା କରିଥିବା ସ୍ବୀକାର ପରେ ନଭେମ୍ବର ୧୪ରେ ଅଫତାବଙ୍କୁ ଗିରଫ କରାଯାଇଥିଲା।

ଜାନୁଆରୀ ୪ରେ ଡିଏନ୍‌ଏ ରିପୋର୍ଟ ଏହି ମାମଲାରେ ଏକ ବଡ ଖୁଲାସା କରିଥିଲା। ପୋଲିସ ଉଦ୍ଧାର କରିଥିବା କେଶ ଏବଂ ହାଡ ମୃତ ଶ୍ରଦ୍ଧାଙ୍କର ବୋଲି ଡିଏନ୍‌ଏ ରିପୋର୍ଟରୁ ଜଣାପଡିଥିଲା।

 

Leave A Reply

Your email address will not be published.