Latest Odisha News

BREAKING NEWS

ପାଣ୍ଡିଆନଙ୍କ ବିରୋଧରେ ତାତିଲା କଂଗ୍ରେସ: କଳାଶାଢୀ ପିନ୍ଧି ଗର୍ଜିଲେ ମହିଳା

ଯାଜପୁର: ୫ଟି ସଚିବଙ୍କୁ ଜୋରଦାର ବିରୋଧ । ପାଣ୍ଡିଆନ ଗୋ ବ୍ୟାକ ନାରା ଦେଇ ମାଡ଼ି ଆସିଲେ କହିଳା କଂଗ୍ରେସ କର୍ମୀ । କଳାଶାଢୀ ପିନ୍ଧି ପାଣ୍ଡିଆନଙ୍କ ସଭାସ୍ଥଳକୁ ଯିବା ପାଇଁ ଅଡି ବସିଥିଲେ ।  ଆଜି ଯାଜପୁରରେ ୫ଟି ସଚିବ ଭି.କେ.ପାଣ୍ଡିଆନଙ୍କୁ ଜୋରଦାର ବିରୋଧ କରାଯାଇଥିବା ଦେଖିବାକୁ ମିଳିଛି  । ଜିଲ୍ଲା କଂଗ୍ରେସ ପକ୍ଷରୁ ମଧ୍ୟ ପାଣ୍ଡିଆନଙ୍କ ଗସ୍ତକୁ ଜୋରଦାର ବିରୋଧ କରାଯାଇିଲା ।   ଅନ୍ୟପକ୍ଷେ ୫ଟି ଟି ସର୍ଟ ପିନ୍ଧିଥିବା କିଛି ବ୍ୟକ୍ତି ବିକ୍ଷୋଭକାରୀଙ୍କୁ ଅଟକାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏମାନେ ହାତରେ ବାଉଁଶ ଓ ବହ୍ଲା ଧରି କଂଗ୍ରେସ କର୍ମୀଙ୍କୁ ରୋକିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା ।

୫ଟି ସଚିବ ଭିକେ ପାଣ୍ଡିଆନ ଆଜିଠାରୁ ତିନିଦିନିଆ ଯାଜପୁର ଗସ୍ତରେ ଯାଇଛନ୍ତି । ସ୍ଥାନୀୟ ଚାନ୍ଦମା ପଡିଆରେ ଆଜି ତାଙ୍କର କାର୍ଯ୍ୟକ୍ରମ ଥିଲା । ହେଲେ ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ କରି ଗୋପବନ୍ଧୁ ଛକରୁ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡାଙ୍କ ନେତୃତ୍ୱରେ ମହିଳାମାନେ ରାସ୍ତାକୁ ଓହ୍ଲାଇଥିଲେ । ସମସ୍ତେ କଳା ଶାଢୀ ପିନ୍ଧି ପାଣ୍ଡିଆନ ବିରୋଧୀ ନାରା ଦେଇଥିଲେ । ଚୋରଦା ଛକଠାରେ ତାଙ୍କୁ ଅଟକାଇଥିବା ଜଣାଯାଇଛି । ମହିଳା ପୋଲିସ ସହ ମୁହାଁମୁହିଁ ହୋଇଥିଲେ ମହିଳା କଂଗ୍ରେସ କର୍ମୀ । ସେମାନେ ପୋଲିସ ସୁରକ୍ଷା ମଧ୍ୟରେ ସଭାସ୍ଥଳକୁ ଯାଇ ତାଙ୍କର ଦାବି ଜଣାଇବାକୁ ଚାହୁଁଥିଲେ । ହେଲେ ପୋଲିସ ତାଙ୍କୁ ଅଟକାଇଥିବା ଦେଖିବାକୁ ମିଳିଥିଲା ।

ଅନ୍ୟପଟେ, ଜିଲ୍ଲା କଂଗ୍ରେସ ପକ୍ଷରୁ କର୍ମୀମାନେ ରେଡକ୍ରସ୍‌ ଛକରୁ ରାଲି କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପୋଲିସ ସେମାନଙ୍କୁ ମେଡିକାଲ ଛକ ନିକଟରେ ଅଟକାଇବା ବେଳେ ପୋଲିସ ସହ ପେଲା ଠେଲା ହୋଇଥିଲା। ଏଥିସହିତ କିଛି ବ୍ୟକ୍ତି 5T ଲେଖାଥିବା ଟି-ସାର୍ଟ ପିନ୍ଧି ବାଉଁଶ ଓ ବହ୍ଲା ଧରି କଂଗ୍ରେସକର୍ମୀଙ୍କୁ ରୋକିବାକୁ ଛିଡ଼ା ହୋଇଥିଲେ । ତେବେ ଏମାନ ଏମାନେ କିଏ ତାହା ସ୍ପଷ୍ଟ ହୋଇନି ।

ସୂଚନାଥାଉ କି, କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ନିକଟରେ ୫ଟି ସଚିବଙ୍କୁ ଜୋରଦାର ବିରୋଧ କରାଯିବା ସହ ଅଣ୍ଡା ଓ କାଳିମାଡ କରାଯିବ ବୋଲି ଧମକ ଦେଇଥିଲେ ।

Leave A Reply

Your email address will not be published.