Latest Odisha News

BREAKING NEWS

ବେଙ୍ଗାଲୁରୁରୁ ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ, କିଛି ସପ୍ତାହ ପୂର୍ବରୁ ଧରାପଡିଥିଲେ ୫ ସନ୍ଦିଗ୍ଧ

ବେଙ୍ଗାଲୁରୁ: ବେଙ୍ଗାଲୁରୁରୁ ଧରାପଡ଼ିଛି ଜଣେ ସନ୍ଦିଗ୍ଧ ଆତଙ୍କବାଦୀ । ବେଙ୍ଗାଲୁରୁ ପୋଲିସ ଆରଟି ନଗର ଥାନା ଅଞ୍ଚଳରୁ ଆତଙ୍କୀ ଲିଙ୍କ୍‌ ଘଟଣାରେ ଜଣଙ୍କୁ ଗିରଫ କରିଛି । ସନ୍ଦିଗ୍ଧର ନାମ ହେଉଛି ଅରସାଦ ଖାନ । ତା’ ବିରୋଧରେ ପୂର୍ବରୁ ଲୁକଆଉଟ୍ ନୋଟିସ୍ ଜାରି କରିଥିଲା ପୋଲିସ ।

BjdElectrycity

ପ୍ରାପ୍ତ ସୂଚନା ଅନୁସାରେ, ବେଙ୍ଗାଲୁରୁ ପୋଲିସ ଗୁପ୍ତ ସୂଚନା ପାଇ ଅଗଷ୍ଟ ୨୭ରେ ଆରଟି ନଗର ସ୍ଥିତ ଏକ ଘରେ ଚଢାଉ କରିଥିଲା । ଏହି ସମୟରେ ଅରସାଦ ପୋଲିସ ହାତରେ ଧରା ନପଡିବାକୁ ନିଜର ଗଳା କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲା । ପୋଲିସ ତାକୁ ଅଟକାଇବାରୁ ସେ ଦୁଇ ମହଲା କୋଠାରୁ ଡେଇଁ ଫେରାର୍ ହେବାକୁ ଚେଷ୍ଟା କରିଥିଲା । ହେଲେ ପୋଲିସ ଏହି ସନ୍ଦିଗ୍ଧକୁ ଧରିବାରେ ସକ୍ଷମ ହୋଇଥିଲା । ପୋଲିସ ତାଙ୍କୁ ଧରି ହସ୍ପିଟାଲ ନେଇଯାଇଥିଲା । ପରେ ତାକୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଅରସାଦ, ଜୁନେଦ ଅହମ୍ମଦ ନାମକ ଜଣେ ବ୍ୟକ୍ତି ସହ ଲାଗାତାର ଯୋଗାଯୋଗରେ ଥିଲା, ଯିଏକି ରାଜ୍ୟରେ ଆତଙ୍କୀ ମଡ୍ୟୁଲ ସକ୍ରିୟ ପଛରେ ସାମିଲ ଥିବା ନେଇ ପୋଲିସ ସନ୍ଦେହ କରୁଛି ।

ସୂଚନାଯୋଗ୍ୟ ଯେ, କିଛି ସପ୍ତାହ ପୂର୍ବରୁ ସହରରୁ ୫ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା । ସେମାନେ ବଡ଼ ଧରଣର ଆକ୍ରମଣ ଯୋଜନା କରୁଥିବା ବେଳେ ପୋଲିସ ଏହାକୁ ପଣ୍ଡ କରିଦେଇଥିଲା । ସନ୍ଦିଗ୍ଧଙ୍କ ପାଖରୁ ବନ୍ଧୁକ ସମେତ ଗ୍ରେନେଡ୍‌ ଜବତ କରାଯାଇଥିଲା । କ୍ରାଇମବ୍ରାଞ୍ଚ ଏହି ମାମଲାରେ ତଦନ୍ତ ଜାରି ରଖିଥିବା ବେଳେ ସହରରୁ ଆଉ ଜଣେ ସନ୍ଦିଗ୍ଧକୁ ପୋଲିସ ଗିରଫ କରି ପଚରାଉଚରା ଜାରି ରଖିଛି ।

 

 

Leave A Reply

Your email address will not be published.