Latest Odisha News

BREAKING NEWS

ବିଜେଡ଼ିରେ ଯୋଗଦେଲେ କଂଗ୍ରେସ ନେତା ପ୍ରଦୀପ ଦିଶାରି

ଭୁବନେଶ୍ୱର: କଳାହାଣ୍ଡିର କଂଗ୍ରେସ ନେତା ପ୍ରଦୀପ ଦିଶାରି ମଙ୍ଗଳବାର ଦିନ ତାଙ୍କର ଅନେକ ସମର୍ଥକଙ୍କ ସହିତ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗଦେଇଛନ୍ତି ।

ପ୍ରାର୍ଥୀ ଚୟନରେ ଅସନ୍ତୋଷ ପ୍ରକାଶ କରିବା ସହିତ ଦଳରେ ତାଙ୍କୁ ଅଣଦେଖା କରିବା ଯୋଗୁଁ ସେ ଦଳତ୍ୟାଗ କରିଛନ୍ତି ବୋଲି ଗଣମାଧ୍ୟମ ଆଗରେ ପ୍ରଦୀପ ପ୍ରକାଶ କରିଛନ୍ତି । “ଅନେକ ଦଳୀୟ ବୈଠକକୁ ମୋତେ ଡ଼କାଯାଇନଥିଲା, ଏପରିକି ଗୋପାଳପୁରରେ ହୋଇଥିବା ଆଦିବାସୀ ସମ୍ମେଳନରେ ମୋତେ ମଧ୍ୟ ନିମନ୍ତ୍ରଣ କରାଯାଇନଥିଲା । ମୁଁ ମୋର ୫୦୦ ଜଣ ସମର୍ଥକଙ୍କ ସହିତ ଆଜି ବିଜେଡ଼ିରେ ଯୋଗଦାନ କରୁଛି, ଆଶା କରୁଛି ମୋତେ ଲାଞ୍ଜିଗଡ଼ ଆସନରେ ଟିକେଟ ପ୍ରଦାନ କରାଯିବ,” ବୋଲି ପ୍ରଦୀପ ଦିଶାରି କହିଛନ୍ତି ।

୨୦୧୪ ମସିହା ନିର୍ବାଚନରେ ଲାଞ୍ଜିଗଡ଼ ଆସନରେ ବିଜେଡ଼ିର ବଳଭଦ୍ର ମାଝୀଙ୍କ ଠାରୁ ୨୫,୦୦୦ ହଜାର ଭୋଟରେ ପରାସ୍ତ ହୋଇଥିଲେ ପ୍ରଦୀପ ଦିଶାରି ।

“ପ୍ରଦୀପ ଦିଶାରି ବିଜେଡ଼ିରେ ଯୋଗଦାନ କରିଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ । ଏହା କଳାହାଣ୍ଡି ଜିଲ୍ଲାରେ ଦଳକୁ ଆହୁରି ମଜବୁତ କରିପାରିବ,” ବୋଲି ନବୀନ କହିଛନ୍ତି ।

Leave A Reply

Your email address will not be published.