Latest Odisha News

ରାଜଧାନୀରେ ୫ଟି ଚୋରା ବାଇକ ଓ ୧୫ ମୋବାଇଲ୍ ଫୋନ ସହ ଜଣେ ଗିରଫ

ଭୁବନେଶ୍ୱର: କମିଶନରେଟ ପୋଲିସ ସୋମବାର ଦିନ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ସୁନୀଲ କୁମାର ଦଳେଇକୁ ଚୋରୀ ଅଭିଯୋଗରେ ଗିରଫ କରି କୋର୍ଟକୁ ଚାଲାଣ କରିଛି ।

ମିଳିିଥିବା ସୂଚନାନୁଯାୟୀ, ମାର୍ଚ୍ଚ ୫ ତାରିଖରେ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରୁ ମୋଟର ସାଇକେଲ ଚୋରି ହୋଇଥିବାର ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା । ସେହିପରି ମାର୍ଚ୍ଚ ୬ ତାରିଖରେ ଭୁବନେଶ୍ୱରସ୍ଥିତ ରିଜର୍ଭ ପୋଲିସ ଲାଇନ ଅଞ୍ଚଳରେ ଅଚ୍ୟୁତାନନ୍ଦ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ଘରୁ ମୋବାଇଲ୍ ଫୋନ, ନଗଦ ଟଙ୍କା, ମନିପର୍ସ ଓ ହାତଘଣ୍ଟା ଚୋରି ହୋଇଥିବାର ଅଭିଯୋଗ ହୋଇଥିଲା ।

ସୋମବାର ଦିନ ପୋଲିସ ଗିରଫ କରିଥିବା ସୁନୀଲ କୁମାର ଦଳେଇଙ୍କ ଠାରୁ ଏହିସବୁ ଚୋରୀ ସାମଗ୍ରୀ ଜବତ କରିଛି ।

ଦଳେଇ ସମସ୍ତ ଚୋରୀ କରିଥିବା କଥା ପୋଲିସ ଆଗରେ ସ୍ୱୀକାର କରିବା ସହିତ ସହିଦ ନଗର, କଟକ, ବୁଗୁଡ଼ା ଏବଂ ଖୋର୍ଦ୍ଧାରେ ବିଭିନ୍ନ ଅପରାଧ ଘଟାଇଥିବା ସ୍ୱୀକାର କରିଛି ।

ଚୋରୀ ସାମଗ୍ରୀ ମଧ୍ୟରେ ୫ଟି ବାଇକ୍ ଏବଂ ୧୫ଟି ମୋବାଇଲ୍ ଫୋନ ରହିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି ।

Leave A Reply

Your email address will not be published.