Latest Odisha News

BREAKING NEWS

ଓଡିଶାରେ ଭୋଟ୍ ବର୍ଜନ ଲାଗି ମାଓବାଦୀଙ୍କ ଆହ୍ୱାନ୍

ବାଲିଗୁଡା : ଓଡିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ସିପିଆଇ-ମାଓବାଦୀ ସଙ୍ଗଠନ ଭୋଟ୍ ବର୍ଜନ ପାଇଁ ଆହ୍ୱାନ ଦେଇଛି ।

ଏନେଇ ବୁଧବାର ଦିନ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ପରମପାଙ୍ଗା ସୁକିଙ୍ଗିଆ ଛକରେ ମାଓ ପୋଷ୍ଟର ଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି।

ସିପିଆଇ ମାଓବାଦୀ ବାଘୁନା ଡିଭିଜନ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି ।

ମିଳିଥିବାସୂଚନାନୁଯାୟୀ ଓଡିଶାରେ ହେବାକୁ ଥିବା ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନକୁ ବର୍ଜନ କରିବା ସହ ଦଲାଲ୍ ଓ ଭ୍ରଷ୍ଟ ଅଧିକାରୀଙ୍କୁ ବହିଷ୍କାର କରି ବିପ୍ଲବୀ ସରକାର ଗଢିବାକୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.