Latest Odisha News

BREAKING NEWS

ଲୋକସଭା ନିର୍ବାଚନ ଲଢ଼ିବେନି କଂଗ୍ରେସ ଅଧ୍ୟକ୍ଷ!

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ନଲଢ଼ିପାରନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ଯଦି ଏହି ଖବର ସତ ହୁଏ ତେବେ ପ୍ରଥମ ଥର କଂଗ୍ରେସର ଅଧ୍ୟକ୍ଷ ଯିଏ ନିର୍ବାଚନ ଲଢ଼ିବେନି । ଖଡ଼ଗେଙ୍କ ଏପରି ନିଷ୍ପତି ଭବିଷ୍ୟତରେ କଂଗ୍ରେସ ଦଳ ଇଣ୍ଡିଆ ମେଣ୍ଟ ପାଇଁ ବଡ଼ ବିପଦ ହୋଇପାରେ । ମିଡିଆ ରିପୋର୍ଟସ ମୁତାବିକ ଖଡ଼ଗେଙ୍କ ଆସନ ଗୁଲବର୍ଗରୁ ତାଙ୍କ ଜ୍ବାଇଁ ରାଧାକୃଷ୍ଣ ଡୋଡଡୁମଣିଙ୍କୁ ପ୍ରାର୍ଥୀ କରିପାରନ୍ତି । ଯଦି ଏପରି ହୁଏ ତେବେ ଖଡଗେ ଦଳର ନିୟମକୁ ନିଜେ ଭାଙ୍ଗିବେ ବୋଲି ଚର୍ଚ୍ଚା ହେଉଛି । ଦଳରେ ପୂର୍ବରୁ କୁହାଯାଇଥିଲା କି ପରିବାରର ଜଣେ ହିଁ ସଦସ୍ୟଙ୍କୁ ସାଂସଦ ଟିକେଟ୍ ମିଳିବ । ଖଡ଼ଗେଙ୍କ ପୁଅ ପ୍ରିୟାଙ୍ଗ ଖଡ଼ଗେ କର୍ଣ୍ଣାଟକର ସିଦ୍ଧରମେୟା ସରକାରର ମନ୍ତ୍ରୀ ଅଛନ୍ତି । ରିପୋର୍ଟ ଅନୁସାରେ ପ୍ରିୟାଙ୍ଗ ଲୋକସଭା ଆସନ ଲଢ଼ିବାକୁ ଇଛୁକ ନାହାଁନ୍ତି । ୨୦୨୨ ଉଦୟପୁରରେ ଆୟୋଜିତ ଚିନ୍ତନ ଶିବିରରେ ଦଳ ଏହି ନିୟମକୁ ମାନିବାକୁ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଥିଲା ।

ମଲ୍ଲିକାର୍ଜୁନ ଖଡ଼ଗେ କର୍ଣ୍ଣାଟକ ଗୁଲବର୍ଗର ସଂସଦୀୟ ଆସନ ୨ଥର ଜିତିଛନ୍ତି । ୨୦୧୯ରେ ସେ ଏହି ଆସନରୁ ହାରି ଯାଇଥିଲେ । ଏହା ପରେ ରାଜ୍ୟସଭା ଜରିଆରେ ସଂସଦରେ ପହଞ୍ଚିଥିଲେ । ବର୍ତମାନ ସେ ରାଜ୍ୟସଭାରେ ବିରୋଧୀ ଦଳର ନେତା, ଏବଂ ତାଙ୍କ କାର୍ଯ୍ୟକାଳ ଆହୁରି ଚାରିବର୍ଷ ଅଛି । ୮୧ ବର୍ଷୀୟ ଖଡ଼ଗେ ଦଳିତ ସମ୍ପ୍ରଦାୟର । ମନମୋହନ ସିଂହ ସରକାର ସମୟରେ ରେଳ ମନ୍ତ୍ରୀ ଏବଂଶ୍ରମ ଭାବେ କାର୍ଯ୍ୟ ତୁଲାଇଥିଲେ ।

Leave A Reply

Your email address will not be published.