Latest Odisha News

BREAKING NEWS

ରଣବୀର କପୁରଙ୍କୁ ପ୍ରଶଂସା ସହ ସଂସ୍କାରୀ କହିଲେ ରାମାୟଣ ଫେମ୍ ଅରୁଣ ଗୋଭିଲ

ମୁମ୍ବାଇ: ବଲିଉଡ ନିର୍ଦ୍ଦେଶକ ନିତେଶ ତିୱାରୀଙ୍କ ‘ରାମାୟଣ’ ର ଷ୍ଟାର କାଷ୍ଟ ଏବ ଚର୍ଚ୍ଚାରେ ରହିଛି । ଅନେକ ପ୍ରସିଦ୍ଧ କଳାକର ମାନେ ଏହି ଚଳଚ୍ଚିତ୍ରରେ ଭଗବାନଙ୍କ ଭୂମିକାରେ ନଜର ଆସିବେ । ଏହାପୂର୍ବରୁ ରାମାନନ୍ଦ ସାଗର ଙ୍କ ଆଇକନିକ ଟିଭି ଶୋ’ ରାମାୟଣ ଫେମ୍ ଅରୁଣ ଗୋଭିଲ ଫିଲ୍ମ ‘ରାମାୟଣ’ରେ ରାଜା ଦଶରଥଙ୍କ ଭୂମିକାରେ ଅଭିନୟ କରିବା ନେଇ ଖବର ସାମ୍ନାକୁ ଆସିଥିଲା । ନିକଟରେ ଅରୁଣ ଗୋଭିଲ ଫିଲ୍ମ ‘ରାମାୟଣ’ରେ ରାମଙ୍କ ଭୂମିକା ରେ ନଜର ଆସିବାକୁ ଥିବା ରଣବୀର କପୁରଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ।

ଅରୁଣ ଗୋଭିଲ କହିଛନ୍ତି ଯେ, ‘ଫିଲ୍ମର ଭୂମିକା ହିଟ୍ ହେବ କି ନାହିଁ ତାହା ସମୟ କହିବ । ଆଗରୁ କିଛି କୁହାଯାଇପାରିବ ନାହିଁ, କିନ୍ତୁ ରଣବୀର ଜଣେ ଭଲ ଏବଂ ପରିଶ୍ରମୀ ଅଭିନେତା । ସେ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି । ହଁ, କିନ୍ତୁ ଯେତେ ଦୂର ମୁଁ ତାଙ୍କୁ ଜାଣେ, ସେ ଜଣେ ଭଲ ସଂସ୍କାରୀ ଅଟନ୍ତି । ସେ ଜଣେ ସଚ୍ଚୋଟ ଅଭିନେତା, ତାଙ୍କ ଭିତରେ ସଂସ୍କାର ଏବଂ ସଂସ୍କୃତି ପ୍ରତି ମର୍ଯ୍ୟଦା ଅଛି । ମୁଁ ଭାବୁଛି ସେ ଏହି ଭୂମିକାରେ ଭଲ ଅଭିନୟ କରିବେ’ ।

ଫିଲ୍ମ ‘ରାମାୟଣ’ ରେ ରଣବୀର କପୁର ପ୍ରଭୁ ରାମ ଙ୍କ ଭୂମିକାରେ ଏବଂ ଦକ୍ଷୀଣର ପ୍ରସିଦ୍ଧ ଅଭିନେତ୍ରୀ ସାଇ ପଲ୍ଲବୀ ମାତା ସୀତାଙ୍କ ଭୂମିକାରେ ନଜର ଆସିବେ । ସେହିପରି ୟଶଙ୍କୁ ରାବଣ ଙ୍କ ଭୂମିକାରେ ଦେଖିବାକୁ ମିଳିବ । ଏହା ବ୍ୟତୀତ ସନ୍ନି ଦେଓଲ ହନୁମାନ ଭୂମିକାରେ ନଜର ଆସିବାକୁ ଥିବାବେଳେ, ଲାରା ଦତ୍ତା କୈକେଇ ଭୂମିକାରେ ନଜର ଆସିବେ । ରକୁଲପ୍ରୀତ ସିଂଙ୍କୁ ସୁର୍ପଣେଖା ଚରିତ୍ରରେ ଦେଖିବାକୁ ମିଳିବ । ଅବଶିଷ୍ଟ ଚରିତ୍ର ଗୁଡିକ ବିଷୟରେ ଏପର୍ଯ୍ୟନ୍ତ କୌଣସି ଅପଡେଟ୍ ପ୍ରକାଶ କରାଯାଇ ନାହିଁ ।

ସୂଚନା ଯୋଗ୍ୟ, ୯୦ ଦଶକର ରାମାନନ୍ଦ ସାଗରଙ୍କ ଆଇକନିକ ଟିଭି ଶୋ’ ରାମାୟଣ ଖୁବ ଲୋକପ୍ରିୟ ହୋଇଥିଲା । ସେହି ସମୟରେ ଏହି ଆଧ୍ୟାତ୍ମିକ ଧାରାବାହିକ ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା । ଏହି ରାମାୟଣର ପ୍ରତିଟି ଚରିତ୍ର ନିଖୁଣ ଭାବେ ତାଙ୍କ ଭୂମିକା ପ୍ରତିପାଦନ କରିଥିଲେ । ଯେଉଁ କାରଣରୁ ଆଯିବି ଲୋକେ ସେହି ଚରିତ୍ର ମାନଙ୍କୁ ସ୍ବୟଂ ଭଗବାନଙ୍କ ରୂପରେ ଗ୍ରହଣ କରିଛନ୍ତି । ଅରୁଣ ଗୋଭିଲ (ରାମ), ଦୀପିକା ଚିଖଲିୟା (ସୀତା)ଙ୍କ ସମେତ ଦାରା ସିଂହ (ହନୁମାନ) ଏବଂ ଅନ୍ୟ କଳାକାର ଧାରାବାହିକକୁ ଏକ ଉଚ୍ଚସ୍ତରରେ ପହଞ୍ଚାଇ ପାରିଥିଲେ । ଯାହା ଫଳରେ ଆଜି ମଧ୍ୟ ଏହି ଧାରାବାହିକ ସର୍ବଶ୍ରେଷ୍ଠ ରହିଛି ।

Leave A Reply

Your email address will not be published.