ନୂଆଦିଲ୍ଲୀ: ହସ୍ପିଟାଲରେ ଭର୍ତ୍ତି ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଅସୁସ୍ଥତା ଯୋଗୁଁ ତାଙ୍କୁ ରାଜଧାନୀ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ରବିବାର ସଂଧ୍ୟାରେ ନିୟମିତ ଚେକ୍ଅପ୍ ପାଇଁ ସେ ହସ୍ପିଟାଲ ପହଂଚିଛନ୍ତି ।
୭୩ ବର୍ଷୀୟ ସୋନିଆ ଗାନ୍ଧୀ ଗତ କିଛି ବର୍ଷ ହେବ ସ୍ୱାସ୍ଥ୍ୟଜନିତ ସମସ୍ୟାରେ ପୀଡିତ ଅଛନ୍ତି । ଏଥିପାଇଁ ସେ ପୂର୍ବ ପରି ଆଉ ନିର୍ବାଚନ ରାଲିକୁ ମଧ୍ୟ ଯିବା କମ କରି ଦେଇଛନ୍ତି । କିନ୍ତୁ ଲୋକସଭା ନିର୍ବାଚନରେ କଂଗ୍ରେସର ପରାଜୟ ପାରେ ଓ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ସେ ପୁଣିଥରେ ଦଳର ଦାୟିତ୍ୱ ସମ୍ଭାଳିଛନ୍ତି ।
ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ମୃତ୍ୟୁର ୭ ବର୍ଷ ପରେ ୧୯୯୮ରେ ପ୍ରଥମେ କଂଗ୍ରେସ ମଙ୍ଗ ଧରି ଥିଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ତାଙ୍କ ନେତୃତ୍ୱରେ ଦଳ ୨୦୦୪ ଏବଂ ୨୦୦୯ରେ କେନ୍ଦ୍ରରେ କ୍ଷମତାକୁ ଆସିଥିଲେ । ଏହା ପୂର୍ବରୁ ୧୯୯୯ ମସିହାରେ ସେ ବିରୋଧୀ ଦଳ ନେତା ଭାବେ ଦାୟିତ୍ୱ ତୁଲାଇ ସାରିଥିଲେ ।
BREAKING NEWS
- BJD: ବିଜେପି ଶାସନରେ ସାଇବର ଅପରାଧ ଓ ଫେକ୍ ନ୍ୟୁଜରେ ବୃଦ୍ଧି ଘଟିଛି: ବିଜେଡି
- ଆମ ବସ୍ ଭଙ୍ଗାରୁଜା ଘଟଣା; ଦୁଇ ଅଭିଯୁକ୍ତ ଗିରଫ
- Tragic landslide in Indonesia: ଭୟଙ୍କର ଭୂସ୍ଖଳନ: ୨୧ ଜଣଙ୍କର ମୃତ୍ୟୁ, ୮୦ରୁ ଅଧିକ ନିଖୋଜ
- ଏକ ଆବାସିକ କୋଠାରେ ଗୁଳି ଚଳାଇବା ଅଭିଯୋଗରେ ଅଭିନେତା କମଲ ଆର ଖାନ ଗିରଫ
- ବାଂଲାଦେଶ ପରେ ବିଶ୍ୱକପରୁ ଓହରିଯିବ କି ପାକିସ୍ତାନ
- ଆଇସିସି ଟି୨୦ ବିଶ୍ୱକପ: ବାଂଲାଦେଶ ଆଉଟ, ସ୍କଟଲାଣ୍ଡ ଇନ
- ବିଜେପି ସମର୍ଥିତ ସରପଞ୍ଚ ସମିତି ସଭ୍ୟଙ୍କୁ ମନମୋହନ ଦେଲେ ଟାସ୍କ, ୬ ମାସ ଭିତରେ ଅଧୁରା କାମ ସାର…
- Keonjhar bank robbery case: କେନ୍ଦୁଝର ବ୍ୟାଙ୍କ ଲୁଟ୍ ଘଟଣାରେ ଦୁଇ ଅଭିଯୁକ୍ତ ଝାଡ଼ଖଣ୍ଡରୁ ଗିରଫ
- Mahanadi Tribunal: ଫେବୃଆରୀ ୭କୁ ଓଡ଼ିଶା ଶୁଣାଣି ଘୁଞ୍ଚାଇବାକୁ ମନାକଲେ ମହାନଦୀ ଟ୍ରିବ୍ୟୁନାଲ
- India’s Own Space Station: ମହାକାଶରେ ଭାରତର ନିଜ ଘର!, କାମ ଆରମ୍ଭ କଲା ISRO…
Comments are closed.