Latest Odisha News

BREAKING NEWS

କଂଗ୍ରେସର ଗଣବିକ୍ଷୋଭ, ଧର୍ମଶାଳା ତହସିଲ ଅଫିସ ଘେରିଲେ କଂଗ୍ରେସ କର୍ମୀ 

ଚଣ୍ଡିଖୋଲ: ୪ ଦଫା ଦାବି ନେଇ ଧର୍ମଶାଳା କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି । ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଫିସ ସମ୍ମୁଖରେ ଗଣବିକ୍ଷୋଭ କରିଛନ୍ତି କଂଗ୍ରେସ କର୍ମୀ । ଯଥାଶୀଘ୍ର ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି ।

ଧର୍ମଶାଳା କଂଗ୍ରେସ ନେତ୍ରୀ ସ୍ମୁତିରେଖା ପହିଙ୍କ ନେତୃତ୍ୱରେ ହଜାର ହଜାର କଂଗ୍ରେସ କର୍ମୀ ବିକ୍ଷୋଭରେ ସାମିଲ ହୋଇଥିଲେ । ଧର୍ମଶାଳା ମହୋତ୍ସବ ପଡିଆରୁ ବିଶାଳ ଶୋଭାଯାତ୍ରା ବାହାରି ତହସିଲ ସମ୍ମୁଖର ପହଞ୍ଚିଥିଲା ।

ଭୂମିହୀନଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ, କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଆଦି ଦାବି ନେଇ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି । 

Leave A Reply

Your email address will not be published.