ଭୁବନେଶ୍ବର: ଏବେ ବିଧାନସଭାର ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ଆଜି ଗୃହର ସପ୍ତମ ଦିନରେ ବେଦାନ୍ତ ପାଉଁଶ ପ୍ରସଙ୍ଗକୁ ନେଇ ସରକାରକୁ ଘେରିଛି କଂଗ୍ରେସ । ବେଦାନ୍ତ ପ୍ରତି ସରକାରଙ୍କ ଏତେ ଦୟା କାହିଁକି ପ୍ରଶ୍ନ କରିଛି ।
ଏନେଇ କଂଗ୍ରେସ ବିଧାୟକ ସି ଏସ ରାଜନ ଏକ୍କା ମନ୍ତବ୍ୟ ରଖିଛନ୍ତି ଯେ, ବେଦାନ୍ତ ବେଆଇନ ଭାବେ ପାଉଁଶ ସୃଷ୍ଟି କରୁଛି । କିନ୍ତୁ ସରକାର ଏନେଇ କୌଣସି ପଦକ୍ଷେପ ନେଇନାହାନ୍ତି । ସରକାରଙ୍କ ବେଦାନ୍ତଙ୍କ ସହ କିଛି ସଂପର୍କ ଥିବା ଅଛି କି ବୋଲି ପ୍ରଶ୍ନ କରିଛନ୍ତି ଏକ୍କା । ବେଦାନ୍ତକୁ ପାଉଁଶ ସୃଷ୍ଟି ପ୍ରସଙ୍ଗ ନେଇ ବାରମ୍ବାର ଜୋରିମାନା ଆଦାୟ ପରେ ମଧ୍ୟ ଏହାର କୌଣସି ଫଳ ମିଳିନାହିଁ । ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁରରେ ଜୋରିମାନା ଆଦାୟ ହୋଇଥିଲା , ସମସ୍ତ ପ୍ରମାଣ ସତ୍ତ୍ୱେ ବେଦାନ୍ତ ସଂପୂର୍ଣ୍ଣ ଜରିମାନା ଦେଲା ନାହିଁ । ଓଲଟି ଉକ୍ତ ପାଉଁଶ ତା’ର ନୁହେଁ ବୋଲି ଟାଣ ଦେଖାଇଲା । ପ୍ରଦୂଷଣ ବୋର୍ଡ ତାଗିଦ ସତ୍ତ୍ୱେ ବେଦାନ୍ତ ଶୁଣିଲାନି, ତଥାପି କିଛି ପଦକ୍ଷେପ ନାହିଁ, ତାହାଲେ ବେଦାନ୍ତ ଠାରୁ କିଏ ପଇସା ଖାଇଲା ? ବୋଲି ପ୍ରଶ୍ନ କରି ଘେରିଛନ୍ତି କଂଗ୍ରେସ ବିଧାୟକ ।
Comments are closed.