Latest Odisha News

୨ଟି ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର : କଂଗ୍ରେସ ୨ଟି ବିଧାନସଭା ଆସନରୁ ପ୍ରାର୍ଥୀ ବଦଳାଇଥିବା ନେଇ ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ମଙ୍ଗଳବାର ଦିନ ଘୋଷଣା କରିଛି ।

କଂଗ୍ରେସ ମୁଖପାତ୍ର ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ନିମାପଡା ବିଧାନସଭା ଆସନରୁ ସତ୍ୟବ୍ରତ ପାତ୍ରଙ୍କ ବଦଳରେ ଦିଲ୍ଲୀପ ନାୟକ ଏବଂ ବଡଚଣା ଆସନରୁ ସୀତାକାନ୍ତ ମହାପାତ୍ରଙ୍କ ବଦଳରେ ଅଜୟ ସାମଲଙ୍କୁ ଦଳ ପ୍ରାର୍ଥୀ କରିଛି ।

ଉଲ୍ଲେଖଯୋଗ୍ୟ, ସୋମବାର ଦିନ ସୀତାକାନ୍ତ ଓ ସତ୍ୟବ୍ରତ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଥିଲେ ।

Comments are closed.