Latest Odisha News

BREAKING NEWS

କାଳବୈଶାଖୀ ଆଶଙ୍କା, ୯ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର : ଓଡିଶାର ପ୍ରାୟ ୯ଟି ଜିଲ୍ଲାରେ ବର୍ଷା ସହ ବିଜୁଳି ଓ ଘଡଘଡିର ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ପୂର୍ବାନୁମାନ କରାଯାଇଛି ।

ପାଣିପାଗ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ମୟୁରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, ଅନୁଗୁଳ, ସମ୍ବଲପୁର ଓ ଯାଜପୁର ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ସହ ଘଡଘଡି ମାରିବାର ଆଶଙ୍କା ରହିଛି ।

ଏହି ୯ଟି ଜିଲ୍ଲା ଗୁଡିକରେ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ଆହୁରି ମଧ୍ୟ ଆସନ୍ତା ଏପ୍ରିଲ୍ ୧୩ ତାରିଖ ବେଳକୁ ରାଜ୍ୟର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

ସେହିପରି ଏପ୍ରିଲ୍ ୧୦ ତାରିଖରୁ ୧୩ ତାରିଖ ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ସହ ଝଡତୋଫାନ ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲା ଗୁଡିକ ମଧ୍ୟରେ ଦକ୍ଷିଣ-ଉପକୂଳ ଓଡିଶା, ରାୟଗଡ, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ମାଲକାନଗିରି, କେନ୍ଦୁଝର, ମୟୁରଭଞ୍ଜ, ଗଞ୍ଜାମ ଓ ଗଜପତି ରହିଛି ।

ସେହିପରି ଏପ୍ରିଲ୍ ୧୧, ୧୨ ଓ ୧୩ ତାରିଖ ବେଳକୁ ଗଜପତି, ଗଞ୍ଜାମ, ପୁରୀ, କୋରାପୁଟ, ମାଲକାନଗିରି, ରାୟଗଡ. ଉପକୂଳ ଓଡିଶା, ମୟୁରଭଞ୍ଜ, କେନ୍ଦୁଝର, ବୌଦ୍ଧ, ସୋନପୁର, ବଲାଙ୍ଗିର ଆଦି ଜିଲ୍ଲା ରହିଛି ।

ଜଳବାୟୁରେ ପରିବର୍ତ୍ତନ ଯୋଗୁଁ ରାଜ୍ୟର ଅଧିକାଂଶ ଭାଗରେ ଏପ୍ରିଲ୍ ୧୩ ତାରିଖ ବେଳକୁ ତାପମାତ୍ରା ଉଲ୍ଲେଖନୀୟ ଭାବେ ହ୍ରାସ ପାଇବ ।

Leave A Reply

Your email address will not be published.