Latest Odisha News

BREAKING NEWS

ଅମରିନ୍ଦର ସିଂଙ୍କ ପତ୍ନୀଙ୍କୁ ସସପେଣ୍ଡ କଲା କଂଗ୍ରେସ

ନୂଆଦିଲ୍ଲୀ: କ୍ୟାପ୍ଟେନ ଅମରିନ୍ଦର ସିଂଙ୍କ ପତ୍ନୀ ପ୍ରିନୀତ କୌରଙ୍କୁ ଦଳ ବିରୋଧୀ କାର୍ଯ୍ୟ ନେଇ କଂଗ୍ରେସ ସସପେଣ୍ଡ କରିଛି । କଂଗ୍ରେସରେ ଥିବା ସତ୍ୱେ ସେ ବିଜେପି ପାଇଁ ପରୋକ୍ଷରେ କାମ କରୁଥିଲେ ବୋଲି କଂଗ୍ରେସ ଅଭିଯୋଗ ଆଣିଛି । ପୂର୍ବରୁ ପିସିସି ମୂଖ୍ୟ ଅମରିନ୍ଦର ସିଂ ରାଜା ୱାରିଂ ଏହି ଅଭିଯୋଗ ପ୍ରଥମେ ଆଣିଥିଲେ । ଏହା ପରେ କଂଗ୍ରେସର ଅନ୍ୟ କର୍ମକର୍ତାମାନେ ମଧ୍ୟ ସମାନ ଅଭିଯୋଗ ଆଣିବା ଯୋଗୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପ୍ରଥମେ ତାଙ୍କୁ ସସପେଣ୍ଡ କରାଯାଇ କାହିଁକି ବହିଷ୍କାର କରାଯିବ ନାହିଁ ସେ ନେଇ ନୋଟିସ ଜାରୀ କରାଯାଇଛି । ଏହାର ଉତର ପାଇବା ପରେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ ।

BjdElectrycity

ସୂଚନାଯୋଗ୍ୟ, ୨୦୨୧ରେ କଂଗ୍ରେସ ଛାଡି ଅମରିନ୍ଦର ବିଜେପିରେ ଯୋଗ ଦେଇଥିଲେ । ଅବଶ୍ୟ ପଞ୍ଜାବ ନିର୍ବାଚନରେ ଏହାର ବିଶେଷ ଫାଇଦା ବିଜେପିକୁ ମିଳି ନ ଥିଲା ଏବଂ ଆପ ସରକାର ଗଠନ କରିଥିଲା ।

Leave A Reply

Your email address will not be published.