Latest Odisha News

ରେଳ ବଜେଟରେ ଓଡ଼ିଶା ଦାବି ଠାରୁ ୧୯% ଅଧିକ ଅନୁଦାନ ଦିଆଯାଇଛି: ଅଶ୍ୱିନୀ

ଭୁବନେଶ୍ୱର: ଓଡ଼ିଶା ପାଇଁ ରେଳ ବଜେଟରୁ ଅନୁଦାନ ଘୋଷଣା ହୋଇଛି । ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶାକୁ ୧୦ ହଜାର ୧୨ କୋଟି ଟଙ୍କା ଅନୁଦାନ ମିଳିଛି । ଶୁକ୍ରବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଯୋଗେ ଏ ସୂଚନା ଦେଇଛନ୍ତି ।

ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଓଡ଼ିଶା ୮ ହଜାର ୪୦୦ କୋଟି ଟଙ୍କା ରେଳ ଅନୁଦାନ ମାଗିଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାକୁ ୧୦ ହଜାର ୧୨ କୋଟି ଟଙ୍କା ଦେଇଛନ୍ତି । ରାଜ୍ୟରେ ୨୮୦ କିଲୋମିଟର ନୂଆ ରେଳ ଲାଇନ୍ ନିର୍ମାଣ ସହ ୫୭ଟି ରେଲୱେ ଷ୍ଟେସନରେ ଆଧୁନିକୀକରଣ କରାଯିବ ।

ଗତ ବଜେଟରେ ଓଡ଼ିଶାକୁ ପ୍ରାୟ ୬, ୩୦୩ କୋଟି ଟଙ୍କା ରେଲୱେ ଅନୁଦାନ ମିଳିଥିଲା । ତେବେ କେନ୍ଦ୍ରୀୟ ହାର ଅନୁସାରେ ଓଡ଼ିଶାରେ ରେଳ ପହଞ୍ଚ କମ୍ ରହିଛି । କେନ୍ଦ୍ରୀୟ ହାର ୨୧ ରହିଥିବା ବେଳେ ଓଡ଼ିଶାରେ ୧୮ ରହିଛି । ଯେତେବେଳେ କି ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ଏହା ୪୮, ଝାଡ଼ଖଣ୍ଡରେ ୩୩ ରହିଛି ।

ବୁଧବାର କେନ୍ଦ୍ର ଅର୍ଥମନ୍ତ୍ରୀ ସଂସଦରେ ବଜେଟ୍ ଉପସ୍ଥାପନ କରିଥିଲେ । ଚଳିତବର୍ଷ ରେଲୱେ ଲାଗି କେନ୍ଦ୍ର ବଜେଟରେ ୨.୪୦ ଲକ୍ଷ କୋଟି ଟଙ୍କା ଅନୁଦାନ ଦିଆ ଯାଇଥିଲା ।

Leave A Reply

Your email address will not be published.