Latest Odisha News

BREAKING NEWS

ଆସନ୍ତକାଲି ନାମାଙ୍କନ ଦାଖଲର ଶେଷ ତାରିଖ, ଆଜି କଂଗ୍ରେସ ଘୋଷଣା କରିବ ଆମେଠି ଓ ରାୟବରେଲି ଲୋକସଭା ଆସନର ପ୍ରାର୍ଥୀ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଦୁଇ ଚର୍ଚ୍ଚିତ ଲୋକସଭା ଆସନ ଆମେଠି ଓ ରାଏବରେଲି ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ। ନାମାଙ୍କନ ଦାଖଲର ସମୀୟସୀମା ଆସନ୍ତାକାଲି ଶେଷ ହେଉଛି। ଏହା ପୂର୍ବରୁ ଆଜି କଂଗ୍ରେସ ଏହି ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଉଛି।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଆଜି ଏହି ଦୁଇଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି। ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସାଧାରଣ ସମ୍ପାଦିକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏହି ଦୁଇ ଆସନ ପାଇଁ ପ୍ରାର୍ଥୀ ହେବା ନେଇ କଳ୍ପନାଜଳ୍ପନା ଜୋର ଧରିଛି।

୨୦୧୯ରେ ଆମେଠିରେ ବିଜେପି ପ୍ରାର୍ଥୀ ସ୍ମୃତି ଇରାନୀଙ୍କ ଠାରୁ ଅପ୍ରତ୍ୟାଶିତ ପରାଜୟର ସମ୍ମୁଖୀନ ହୋଇଥିବା ରାହୁଲ ଗାନ୍ଧୀ ସମ୍ଭବତଃ ତାଙ୍କ ବର୍ତ୍ତମାନର ନିର୍ବାଚନ ମଣ୍ଡଳୀ କେରଳର ୱାୟନାଡ ସହିତ ଆମେଠିରୁ ନିର୍ବାଚନ ଲଢ଼ିବେ ବୋଲି ଆଶା କରାଯାଉଛି।

୨୦୦୪ ମସିହାରୁ ସୋନିଆ ଗାନ୍ଧୀଙ୍କ ଅଧିନରେ ଥିବା ରାୟବରେଲି ପାଇଁ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରାର୍ଥୀ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି । କିନ୍ତୁ ଦଳ ଭିତରର ସୂଚନା ଅନୁଯାୟୀ ବିଜେପିର ବଂଶବାଦ ରାଜନୀତିର ଅଭିଯୋଗକୁ ଦୃଷ୍ଟିରେ ରଖି ପ୍ରିୟଙ୍କାକୁ ପ୍ରାର୍ଥୀ କରାଇବା ନେଇ ଟିକେ ପଛଘୁଞ୍ଚା ଦେଉଛି।

ଦଳର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି ଯେ କୌଣସି ଭୟ ନାହିଁ ଏବଂ ଆଲୋଚନା ଜାରି ରହିଛି। ଆସନ୍ତାକାଲି (ମେ ୩) ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି।

ଗାନ୍ଧୀ ପରିବାର ବହୁତ ଲୋକପ୍ରିୟ ଏବଂ ଲକ୍ଷ ଲକ୍ଷ ଲୋକ ସେମାନଙ୍କ ଜନସଭାକୁ ଆସୁଛନ୍ତି । ଏହି ନିଷ୍ପତ୍ତି ଏବେ କଂଗ୍ରେସର ନିର୍ବାଚନ କମିଟି ଉପରେ ଛାଡ଼ି ଦିଆଯାଇଛି ବୋଲି କଂଗ୍ରେସ ନେତା ରାଜୀବ ଶୁକ୍ଳା କହିଛନ୍ତି।

Leave A Reply

Your email address will not be published.