Latest Odisha News

BREAKING NEWS

ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ବିଏସଏଫ୍ ଯବାନଙ୍କ ଗୁଳିରେ ଅନୁପ୍ରବେଶକାରୀ ନିହତ

ଜମ୍ମୁ କାଶ୍ମୀର: ଅନୁପ୍ରବେଶ ବେଳେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର। ଜମ୍ମୁ କାଶ୍ମୀରର ସାମ୍ବା ସେକ୍ଟରରେ ବୁଧବାର ଏନକାଉଣ୍ଟର ହୋଇଛି। ବିଏସଏଫ୍ ଯବାନଙ୍କ ଗୁଳିରେ ଅନୁପ୍ରବେଶକାରୀ ନିହତ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ମଧ୍ୟ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।

କୁହାଯାଉଛି ଯେ ବିଏସଏଫ ଯବାନମାନେ ସାମ୍ବା ଅଞ୍ଚଳରେ ପାକିସ୍ତାନରୁ ଆନ୍ତର୍ଜାତୀୟ ସୀମା ଅତିକ୍ରମ କରିଥିବା ବ୍ୟକ୍ତିଙ୍କ ସନ୍ଦେହଜନକ କାର୍ଯ୍ୟକଳାପ ଉପରେ ନଜର ରଖିଥିଲେ। ଯବାନମାନେ ଅନୁପ୍ରବେଶକାରୀଙ୍କୁ ଚ୍ୟାଲେଞ୍ଜ କରିଥିଲେ, କିନ୍ତୁ ସେ ସୀମା ଆଡକୁ ଅନୁପ୍ରବେଶ କରୁଥିବା ଦେଖି ତାଙ୍କ ଉପରକୁ ଯବାନ ଗୁଳି ଚଳାଇଥିଲେ। ଅଧିକାରୀ କହିଛନ୍ତି ଯେ ଏହି ଘଟଣା ସୀମା ଚେକିଂ ରିଗଲ ନିକଟରେ ଘଟିଛି ଏବଂ କଡ଼ା ତଲାସି ପାଇଁ ଅତିରିକ୍ତ ବାହିନୀ ପଠାଯାଇଛି। ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଘେରି ରହିଥିଲେ। ବର୍ତ୍ତମାନ ସର୍ଚ୍ଚ ଅପରେସନ ଚାଲିଛିବା ବେଳେ ଘଟଣାର ତଦନ୍ତ ଚାଲିଛି।

ଏହାପୂର୍ବରୁ ଉଦ୍ଧାମପୁର ଜିଲ୍ଲାର ଏକ ଦୂର ଗ୍ରାମରେ ଅନୁପ୍ରବେଶ କରିଥିବା ଆତଙ୍କବାଦୀଙ୍କ ସହ ଏନକାଉଣ୍ଟରରେ ଗ୍ରାମ ପ୍ରତିରକ୍ଷା ଗାର୍ଡ (ଭିଡିଜି) ର ଜଣେ ସଦସ୍ୟଙ୍କ ମୃତ୍ୟୁ ଘଟିଥିଲା। ଆତଙ୍କବାଦ ବିରୋଧୀ ଅପରେସନ୍ ଉପରେ ନଜର ରଖିବା ପାଇଁ ଏହି ଅଞ୍ଚଳରେ ପହଞ୍ଚିଥିବା ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଜମ୍ମୁ ଡିଭିଜନ୍) ଆନନ୍ଦ ଜୈନ କହିଛନ୍ତି ଯେ ପାକିସ୍ତାନରୁ ଅନୁପ୍ରବେଶ କରିଥିବା ଆତଙ୍କବାଦୀଙ୍କୁ ଖୋଜିବା ଏବଂ ଗିରଫ କରିବା ପାଇଁ ବ୍ୟାପକ ସର୍ଚ୍ଚ ଅପରେସନ ଚାଲିଛି। ନିକଟରେ ସୀମା ଆରପାରିକୁ ଅନୁପ୍ରବେଶ କରିବା ପରେ ଆତଙ୍କବାଦୀଙ୍କ ଦୁଇ ଗୋଷ୍ଠୀ ଏହି ଅଞ୍ଚଳରେ ଉପସ୍ଥିତ ଥିବା ଜଣାପଡିଛି। ଏକ ସପ୍ତାହ ପୂର୍ବରୁ ଜାମ୍ମୁ କାଶ୍ମୀରର ବାରାମୁଲ୍ଲା ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ ଏବଂ ଦୁଇ ସେନା କର୍ମଚାରୀ ଆହତ ହୋଇଥିଲେ।

Leave A Reply

Your email address will not be published.