Latest Odisha News

BREAKING NEWS

ନବୀନ କଣ୍ଟାବାଞ୍ଜି ଆସନ ପାଇଁ ଭରିବେ ନାମାଙ୍କନ

ଭୁବନେଶ୍ୱର: ଆଜି କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିକଟରେ ସେ ହିଞ୍ଜିଳି ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଚଳିତଥର ୨୦୧୯ ପରି ଦୁଇଟି ଆସନରେ ପ୍ରାର୍ଥୀ ହୋଇଛନ୍ତି ବିଜେଡି ସୁପ୍ରିମୋ।

ସକାଳ ୯ଟାରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ବିମାନ ବନ୍ଦରରୁ ଯାଇ କଣ୍ଟାବାଞ୍ଜିର ଅଭିମୁଖେ ଗସ୍ତ କରିବେ। ୧୦ଟା ୨୫ରେ ତୁଷାର ବିମାନ ବନ୍ଦରରେ ପହଁଚିବେ। ଏହାପରେ ଟିଟିଲାଗଡ ଉପଜିଲ୍ଲାପାଳଙ୍କ ଅଫିସ ଯାଇ ପ୍ରାର୍ଥୀପତ୍ର ଦାଖଲ କରିବେ। ଏହି ଆସନରେ କଂଗ୍ରେସ ପ୍ରାର୍ଥୀ ବିଧାୟକ ସନ୍ତୋଷ ସିଂହ ସାଲୁଜା ରହିଥିବା ବେଳେ ବିଜେପି ପ୍ରାର୍ଥୀ ଲକ୍ଷ୍ଣଣ ବାଗ ରହିଛନ୍ତି।

Leave A Reply

Your email address will not be published.