ଭୁବନେଶ୍ବର: ମନରେଗା ନାଁ ବଦଳେଇବା ପ୍ରସଙ୍ଗକୁ ନେଇ କଂଗ୍ରେସ କରିବ ଆନ୍ଦୋଳନ। ଜାନୁଆରୀ ୮ରୁ ଫେବୃଆରୀ ୨୫ ଯାଏଁ ତୃଣମୂଳ ସ୍ତରରୁ ରାଜ୍ୟସ୍ତରୀୟ ଆନ୍ଦୋଳନର ଚେତାବନୀ ଦେଲା କଂଗ୍ରେସ। ୱାର୍ଡ ସ୍ତରରୁ ବିଧାନସଭା ଘେରାଉ କରିବ କଂଗ୍ରେସ। ପ୍ରେସମିଟ୍ରେ ସୂଚନା ଦେଲେ କଂଗ୍ରେସ ନେତା ରଣଦୀପ ସୂର୍ଯେୱାଲା ।
ସେ କହିଛନ୍ତି ଯେ, ଦେଶର ମଜଦୂରକୁ ମାଡ଼ ମାରିଛନ୍ତି କେନ୍ଦ୍ର ସରକାର । ସରକାରଙ୍କ ନୂଆ ଯୋଜନାରେ ସାଢ଼େ ୧୨ କୋଟି ଶ୍ରମିକ ପ୍ରଭାବିତ ହେବେ । ଗାନ୍ଧୀଜୀଙ୍କ ନୀତି ଆଦର୍ଶ ଓ ଶ୍ରମିକଙ୍କ ଆଦର୍ଶକୁ ହତ୍ୟା କରାଯାଇଛି । ମନରେଗା ନାଁ ପରିବର୍ତ୍ତନ କରିବା ବଡ ଭୁଲ। ୫୦ କୋଟି ପରିବାର ପ୍ରଭାବିତ ହେବେ ବୋଲି ସେ କହିଛନ୍ତି। ଏସସି, ଏସଟି ଏବଂ ଓବିସି ଉପରେ ଆକ୍ରମଣ। କୋଟି କୋଟି ମୂଲିଆ ଓ ମଜଦୂରଙ୍କୁ ଆକ୍ରମଣ ବୋଲି ସେ କହିଛନ୍ତି।