Latest Odisha News

BREAKING NEWS

Congress: ରାଜ୍ୟ ସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦେବ: ଭକ୍ତ ଦାସ

ଭୁବନେଶ୍ବର: ଆସନ୍ତା ଏପ୍ରିଲରେ ଖାଲି ହେଉଛି ୧୦ ରାଜ୍ୟର ୩୭ ଆସନ । ସେଥିମଧ୍ୟରୁ ଓଡ଼ିଶାର ୪ଟି ଆସନ ଖାଲି ହେବାକୁ ଯାଉଛି । ରାଜ୍ୟ ସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଦେବ । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ଭକ୍ତ କହିଛନ୍ତି, ହାର୍‌ ଜିତ୍‌କୁ ଭୟ ନାହିଁ, ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ଦେବୁ ।

ଦଳ ବାହାରୁ ହେଉ କି ଭିତର, ଆମେ ପ୍ରାର୍ଥୀ ଦେବୁ । ଆବଶ୍ୟକ ସଂଖ୍ୟା ନଥିବା ସତ୍ୱେ ୩ ରୁ ୪ ଜଣଙ୍କ ନାଁ ସ୍ଥିର ହୋଇଛି । ଏନେଇ ଦଳର ହାଇକମାଣ୍ଡଙ୍କ ସହ ଆଲୋଚନା କରାଯିବ । ଦଳ ଭିତରୁ ହେଉ କି ବାହାରୁ ବି କାହାକୁ ଜଣଙ୍କୁ ପ୍ରାର୍ଥୀ କରାଯାଇପାରେ ବୋଲି ଭକ୍ତ ଦାସ କହିଛନ୍ତି ।

Leave A Reply

Your email address will not be published.