Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆଣିବ କଂଗ୍ରେସ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିରୋଧରେ ସ୍ବାଧୀକାର ଭଙ୍ଗ ଅଭିଯୋଗ ଆଣିବ କଂଗ୍ରେସ। ଗତ ୨୬ ତାରିଖରେ ଗୃହ ଚାଲିଥିବା ବେଳେ ଅଗ୍ନିବୀରମାନଙ୍କ ପାଇଁ ଚାକିରିରେ ୧୦ ପ୍ରତିଶତ ସଂରକ୍ଷଣ ଓ ବୟସ କୋହଳ ନେଇ ମୁଖ୍ୟମନ୍ତ୍ରୀ ଗୃହ ବାହାରେ ଘୋଷଣା କରିଥିଲେ।

ବିଧାନସଭା ବା ସଂସଦୀୟ ନିୟମ ଅନୁସାରେ ଗୃହର ଅଧିବେଶନ ଚାଲିଥିବା ସମୟରେ କୌଣସି ନୀତିଗତ ନିଷ୍ପତ୍ତି ଗୃହ ବାହାରେ ଘୋଷଣା କରାଯାଇ ପାରିବ ନାହିଁ। ଏହାକୁ ପ୍ରଥମେ ଗୃହରେ ପାଠ କରିବାର ଆବଶ୍ୟକତା ରହିଛି। ହେଲେ ମୁଖ୍ୟମନ୍ତ୍ରୀ ଏହି ନିୟମ ଭାଙ୍ଗିଲେ ବୋଲି ବରିଷ୍ଠ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି। ସେହିପରି ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ପାହ୍ୟା କି ସ୍ୱତନ୍ତ୍ର ପ୍ୟାକେଜ କଥା ଉଠାଇଲେ ନାହିଁ।

କେବିକେ (KBK), ବିଆରଜିଏଫ (BRGF), ଆଦିବାସୀ ବିକାଶ ଯୋଜନା କାଟି ଦେଇଛନ୍ତି। ଅନ୍ୟ ନାଁରେ ବି ନାହିଁ। ଆଦିବାସୀ ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ପ୍ରସଙ୍ଗ ଉଠାଇ ନାହାଁନ୍ତି। ହାୱା ସରକାର, କଥା କହୁଛନ୍ତି କାମ ନାହିଁ ବୋଲି କହିଛନ୍ତି ତାରା ପ୍ରସାଦ। ରତ୍ନ ଭଣ୍ଡାରକୁ ନେଇ ରାଜନୀତି ନହେଉ। ଜଷ୍ଟିସ ରଥଙ୍କ ବାପା ଓ ସେ ନିଜେ ଜଗନ୍ନାଥ ଭକ୍ତ। ତାଙ୍କ ନିଷ୍ପତ୍ତିକୁ ମାନନ୍ତୁ ରାଜ୍ୟ ସରକାର। ଆମେ ସମର୍ଥନ କରିବୁ ବୋଲି ପ୍ରେସ ବାର୍ତ୍ତାରେ କହିଛନ୍ତି।

Comments are closed.