Latest Odisha News

ଲାଇଭ୍ ପ୍ରେସମିଟ୍ ବେଳେ ଟଳି ପଡିଲେ କଂଗ୍ରେସ କର୍ମୀ

ବେଙ୍ଗାଲୁରୁ: ଲାଇଭ୍ ପ୍ରେସ୍ ମିଟ୍ ବେଳେ ଟଳି ପଡିଲେ କଂଗ୍ରେସ କର୍ମୀ। ଭାଷଣ ଦେଉଥିବା ବେଳେ ହଠାତ୍ ଟଳିପଡିଲେ କର୍ଣ୍ଣାଟକ କଂଗ୍ରେସ କର୍ମୀ ତଥା କୋଲାର ଜିଲ୍ଲାର କୁରୁବା ସଂଗଠନର ସଭାପତି ସିକେ ରବିଚନ୍ଦ୍ରନ୍।

ବେଙ୍ଗାଲୁରୁର ପ୍ରେସ କ୍ଲବରେ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣା ଘଟିଛି। ଚୌକି ଉପରେ ବସିଥିବା ବେଳେ ତାଙ୍କ ହାତରୁ ହଠାତ୍ ମାଇକ୍ରୋଫୋନ୍ଟି ତଳେ ଖସି ପଡିଥିଲା। ଚୌକିରୁ ତଳେ ପଡିଯିବା ସହ ସେ ଚେତାଶୂନ୍ୟ ହୋଇଯାଇଥିଲେ।

ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରବିଚନ୍ଦ୍ରନଙ୍କ ପତ୍ନୀ ଏବଂ ପୁଅ ରହିଛନ୍ତି।

ତେବେ ସେ ଜେଡି (ୟୁ), ଜେଡି (ଏସ୍) ଏବଂ ବିଏସପି ପରି ଅନେକ ରାଜନୈତିକ ଦଳ ପାଇଁ କାର୍ଯ୍ୟ କରିଥିଲେ। ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନ ସମୟରେ ସେ କଂଗ୍ରେସରେ ଯୋଗ ଦେଇ ଦଳ ପାଇଁ କାର୍ଯ୍ୟ କରିଥିଲେ।

 

Comments are closed.