ରୋହତକ: ହରିୟାଣାରେ ଚାଞ୍ଚଲ୍ୟ। ବନ୍ଦ ସୁଟକେସରୁ ସନ୍ଦେହଜନକ ଭାବେ ମିଳିଲା କଂଗ୍ରେସ ନେତ୍ରୀଙ୍କ ମୃତଦେହ। ଶନିବାର ହରିୟାଣାର ରୋହତକରେ ଏକ ସୁଟକେସ୍ ଭିତରେ ୨୨ ବର୍ଷୀୟା କଂଗ୍ରେସ କର୍ମୀ ହିମାନୀ ନରୱାଲଙ୍କ ମୃତଦେହ ମିଳିବା ପରେ ଏନେଇ ଆରମ୍ଭ ହୋଇଛି ତନାଘନା। ପୋଲିସ ମୃତ ଦେହ ଠାବ କରିବା ପରେ, ଏହା ହତ୍ୟା ବୋଲି ସନ୍ଦେହ କରୁଛି। କିଏ ହିମାନୀକୁ ହତ୍ୟା କରିଛି ସେନେଇ ଏବେ ଖୋଳତାଳ ଆରମ୍ଭ କରିଛି ପୋଲିସ।
ତେବେ ରୋହତକର ବିଜୟ ନଗର ଅଞ୍ଚଳର ବାସିନ୍ଦା ୨୨ ବର୍ଷୀୟା ହିମାନୀ ନରୱାଲ ହରିୟାଣାର ଜଣେ ସକ୍ରିୟ କଂଗ୍ରେସ ନେତ୍ରୀ ଥିଲେ। ଦଳୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିଲେ । ଏଥିସହିତ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ସହିତ ମଧ୍ୟ ସେ ଜଡିତ ଥିଲେ। ଅନେକ ଥର ହିମାନୀଙ୍କୁ ରାହୁଲଙ୍କ ସହ ଯାତ୍ରା ଦେଖିବାକୁ ମିଳିଛି। ସେପଟେ ଆଜି ହରିୟାଣାର ପୋର ନିର୍ବାଚନ ଥିବା ବେଳେ, ତାହାର ପୂର୍ବ ସନ୍ଧ୍ୟାରେ କଂଗ୍ରେସ ନେତ୍ରୀଙ୍କ ମୁରୁତ ଦେହ ମିଳିଛି। ଯାହାର ଫଳ ଫଳ ଆସନ୍ତା ୧୨ ତାରିଖରେ ପ୍ରକାଶ ପାଇବାକୁ ଥିଲା। ଯାହାକୁ ଏଥିରେ ରାଜନୈତିକ ଗନ୍ଧ ବାରିଛି ପୋଲିସ।
ରୋହତକ ଜିଲ୍ଲାର ସାମ୍ପଲା ବସ୍ ଷ୍ଟାଣ୍ଡ ନିକଟରେ ପଥଚାରୀମାନେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ସୁଟକେସ୍ ଦେଖି ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ପୋଲିସ ଏବଂ ଫୋରେନସିକ୍ ଦଳ ଘଟଣାସ୍ଥଳରେ ପହଞ୍ଚି ସୁଟକେସ୍ ଭିତରେ ହିମାନୀ ନରୱାଲଙ୍କ ମୃତଦେହ ପାଇଥିଲେ। ପୋଲିସ୍ କହିବାନୁଯାୟୀ, ପୀଡିତାଙ୍କ ବେକରେ ଓଢନୀ ଗୁଡ଼ାଯାଇଥିଲା ଏବଂ ପୀଡିତାଙ୍କ ହାତରେ ମେହେନ୍ଦି ଲାଗିଥିଲା। ଯାହାକୁ ପୋଲିସ ସନ୍ଦେହ କରୁଛି ଯେ ନରୱାଲଙ୍କୁ ଓଢନୀରେ ଗଳା ଚାପି ହତ୍ୟା କରାଯାଇଥାଇପାରେ। ପରେ ପୋଲିସ ପୋଷ୍ଟମର୍ଟମ୍ ପାଇଁ ତାଙ୍କ ମୃତଦେହକୁ ପିଜିଆଇଏମଏସ୍ ରୋହତକକୁ ପଠାଇଥିଲା।
ସେପଟେ କଂଗ୍ରେସ, ଦଳୀୟ କର୍ମୀଙ୍କ ମୃତ୍ୟୁ ପାଇଁ ଶୋକ ପ୍ରକାଶ କରିବା ସହ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛି। ଏଥିସହିତ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ସତ ସାମ୍ନାକୁ ଆଣିବାକୁ ଦାବି ରଖିଛି କଂଗ୍ରେସ।
Comments are closed.