Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] SI ସ୍ୱାଗତିକାଙ୍କ ଆତ୍ମହତ୍ୟା ପାଇଁ ଥାନା ଅଧିକାରୀଙ୍କୁ ଦାୟୀ କରି ଏତଲା

ବାଲିଗୁଡ଼ା: ପୋଲିସ୍ ଏସ୍ଆଇ ସ୍ୱାଗତିକାଙ୍କ ଆତ୍ମହତ୍ୟା ପାଇଁ ପରିବାର ଲୋକେ ଥାନା ଅଧିକାରୀଙ୍କୁ ଦାୟୀ କରିଛନ୍ତି । ଘୁ. ଉଦୟଗିରି ଥାନା ଅଧିକାରୀ ରେବତୀ ଶବରଙ୍କୁ ସ୍ୱାଗତିକାଙ୍କ ଆତ୍ମହତ୍ୟା ପାଇଁ ଦାୟୀ କରି ଏତଲା ଦେଇଛନ୍ତି ପରିବାର ଲୋକେ । ଗତକାଲି ସରକାରୀ କ୍ୱାର୍ଟରରୁ ଏସ୍ଆଇ ସ୍ୱାଗତିକା ବେହେରାଙ୍କ ଝୁଲନ୍ତା ମୃତଦେହ ମିଳିଥିଲା ।

ସ୍ୱାଗତିକାଙ୍କ ଆତ୍ମହତ୍ୟା ପାଇଁ ଥାନା ଅଧିକାରୀଙ୍କୁ ଦାୟୀ କରି ପରିବାର ଲୋକ ବିଳମ୍ବିତ ରାତିରେ ଏତଲା ଦେଇଛନ୍ତି । ସ୍ୱାଗତିକାଙ୍କ ମାଆ ଦେଇଥିବା ଏତଲାରେ ଲେଖିଛନ୍ତି, ଝିଅ ଥାନାରେ ଯୋଗ ଦେବା ଦିନ ଠାରୁ ଆଇଆଇସି ମାନସିକ ଚାପ ପକାଇବା ସହ ଦୁର୍ବ୍ୟବାର କରି ଆସୁଥିଲେ । ଏନେଇ ସ୍ୱାଗତିକା SDPOଙ୍କୁ ମୌଖିକ ଭାବେ ଜଣାଇଥିଲେ ।

ଏନେଇ ଏସଡିପିଓ ଆମକୁ ଫୋନ୍ କରି ଜଣାଇବା ସହ ଆସି ଝିଅକୁ ବୁଝାସୁଝା କର ବୋଲି କହିଥିଲେ । ଆମେ ଆସି ଘୁ.ଉଦୟଗିରିରେ ପହଞ୍ଚିବା ବେଳକୁ ଥାନା ଅଧିକାରୀ ରେବତୀ ଶବର ଛୁଟିରେ ଚାଲି ଯାଇଥିଲେ । ପାଖାପାଖି ୨୦ ଦିନ ଅପେକ୍ଷା କରିବା ପରେ ଆମେ ବାଧ୍ୟ ହୋଇ ଝିଅକୁ ବୁଝାସୁଝା କରି ଫେରି ଯାଇଥିଲୁ । ଏଣୁ ମୋ ଝିଅର ମୃତ୍ୟୁ ପାଇଁ ଥାନା ଅଧିକାରୀ ରେବତୀ ଶବର ହିଁ ସମ୍ପୃର୍ଣ ଦାୟୀ ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି ସ୍ୱାଗତିକାଙ୍କ ମାଆ ।

ରେବତୀ ଶବରଙ୍କୁ ଗିରଫ କରା ନଯିବା ପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ କରିବାକୁ ଦେବୁ ନାହିଁ, ଏଠାରୁ ଶବ ନେବୁ ନାହିଁ ବୋଲି ଉଷାରାଣୀ ଜିଦ୍ ଧରିଛନ୍ତି । ଏଥିସହ ଘଟଣାର କ୍ରାଇମବ୍ରାଞ୍ଚ୍ ତଦନ୍ତ ଦାବି କରିଛନ୍ତି ପରିବାର ଲୋକ । ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଥାନା ଆଗରେ ଶବ ରଖି ଧାରଣାରେ ବସି ରହିବୁ ବୋଲି କହିଛନ୍ତି ମୃତ ଏସ୍ଆଇଙ୍କ ମାଆ ଉଷାରାଣୀ ବେହେରା । ପରିବାର ଲୋକଙ୍କ ଏତଲା ପରେ ତଦନ୍ତ ଜାରି ରହିଛଥିବା କହିଛନ୍ତି ଘୁ.ଉଦୟଗିରି ଏସଡିପିଓ ବି.ତିରୁପତି ରାଓ ପଟ୍ଟନାୟକ ।

Leave A Reply

Your email address will not be published.