ଭୁବନେଶ୍ୱର: କିଶୋର ପଟେଲ ଝାରସୁଗୁଡା ବ୍ରଜରାଜନଗର ବିଧାନସଭା ଆସନ ପାଇଁ ବିଧାୟକ ପ୍ରାର୍ଥୀ । କଣ୍ଟାବାଞ୍ଝି ବିଧାୟକ ସନ୍ତୋଷ ସିଂହ ସାଲୁଜା ଏହି ସୂଚନା ଦେଇଛନ୍ତି । ବ୍ରଜରାଜନଗର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ମେ ୩୧ରେ ଭୋଟ୍ ପଡ଼ିବ । ଏହା ପୂର୍ବରୁ ରାଜ୍ୟର ତିନି ପ୍ରମୁଖ ଦଳ କାହାକୁ ପ୍ରାର୍ଥୀ କରିବେ ସେ ନେଇ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢିଛି । ଆଉ ସମସ୍ତ ରାଜନୈତିକ ଦଳ ଏବେ ଗ୍ରାଉଣ୍ଡ ଲେବୁଲକୁ ଯାଇ ରଣନୀତି ତିଆରି କରୁଛନ୍ତି।
ପ୍ରାଥମିକ ସୂଚନା ଅନୁଯାୟୀ କିଶୋରଙ୍କ ବୋହୂ ଅନନ୍ୟା ଯଦି ବିଜେଡି ଟିକେଟ ନପାଇଲେ ତାହାଲେ କଂଗ୍ରେସର ବିଧାୟକ ପ୍ରାର୍ଥୀ ହେବେ ବୋଲି ସୂଚନା ରହିଥିଲା। ହେଲେ ଏବେ କିନ୍ତୁ କଂଗ୍ରେସ ବିଧାୟକ ସାଲୁଜା ଦଳର ବରିଷ୍ଠ ନେତା ପଟେଲଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି।
କିଶୋର ଚନ୍ଦ୍ର ପଟେଲ ଓଡ଼ିଶା ବିଧାନସଭାକୁ ବିଧାୟକ ଭାବରେ ତିନି ଥର ନିର୍ବାଚିତ ହୋଇଛନ୍ତି । ୧୯୭୭ ଓ ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନସଭା ନିର୍ବାଚନରେ ସେ ସୁନ୍ଦରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୭ମ, ୮ମ ଓଡ଼ିଶା ବିଧାନ ସଭା ଓ ୧୧ଶ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।
ଉଲ୍ଲେଖଯୋଗ୍ୟ, ସୋମବାର କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ କଂଗ୍ରେସର ନିର୍ବାଚିତ ପ୍ରତିନିଧି ବୈଠକ କରିବେ । ଏହି ସମୟରେ ନୂଆ ପିସିସି ସଭାପତି ନେଇ ଆଲୋଚନା ହେବ । ତେଣୁ ଆଜି କିମ୍ବା ଆସନ୍ତାକାଲି କଂଗ୍ରେସ ନେତା ଏବେ ଦିଲ୍ଲୀ ଦୌଡିବେ । ଏହା ପୂର୍ବରୁ ବିଧାୟକ ସାଲୁଜା ପଟେଲଙ୍କୁ ବ୍ରଜରାଜନଗର ବିଧାନସଭା ଆସନ ପାଇଁ ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି।
Comments are closed.