Latest Odisha News

BREAKING NEWS

କରୋନାରୁ ବର୍ତ୍ତିବା ଲାଗି ମାସ୍କକୁ ଭ୍ୟାକସିନ୍ ଭାବନ୍ତୁ: ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଲୋକମାନଙ୍କୁ ମାସ୍କ ପିନ୍ଧିବା ଲାଗି ନିବେଦନ କରିଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ।

ସୂଚନା ଅନୁଯାୟୀ, ସେ ଦିଲ୍ଲୀବାସୀଙ୍କୁ ନିବେଦନ କରିବା ସହ କହିଛନ୍ତି ଯେ, ଯେପର୍ଯ୍ୟନ୍ତ କରୋନା ଭ୍ୟାକସିନ୍ ନ ଆସିଛି ସେ ପର୍ଯ୍ୟନ୍ତ ମାସ୍କକୁ ଟିକା ଭାବି ବ୍ୟବହାର କରନ୍ତୁ ।

ମାସ୍କ ପିନ୍ଧିବା ଦ୍ୱାରା କରୋନା ସଂକ୍ରମଣକୁ ଅନେକାଂଶରେ ପ୍ରତିହତ କରାଯାଇ ପାରିବ । ଏହା ଛଡା ମାସ୍କ ପିନ୍ଧିବା ଦ୍ୱାରା ବାୟୁ ପ୍ରଦୂଷଣରୁ ମଧ୍ୟ ଲୋକମାନେ କିଛିଟା ମୁକ୍ତି ପାଇପାରିବେ ।

Leave A Reply

Your email address will not be published.