Latest Odisha News

BREAKING NEWS

କନଷ୍ଟେବଳ ଫିଟନେସ୍ ପରୀକ୍ଷାବେଳେ ଆଶାୟୀ ପ୍ରାର୍ଥୀଙ୍କ ମୃତ୍ୟୁ

ଭବାନୀପାଟଣା : ପୋଲିସ କନଷ୍ଟେବଳ ଚୟନ ପ୍ରକ୍ରିୟାବେଳେ ପ୍ରାର୍ଥୀଙ୍କ ମୃତ୍ୟୁ ଘଟିଛି । କଳାହାଣ୍ଡିର ଭବାନୀପାଟଣା ରିଜର୍ଭ ପଡିଆ ଠାରେ ଭାରତୀୟ ରିର୍ଜଭ ବାଟାଲିଅନ୍ ପକ୍ଷରୁ ଆୟୋଜିତ କନଷ୍ଟେବଳ ଚୟନ ପ୍ରକ୍ରିୟାରେ ଏହି ଅଘଟଣ ଘଟିଥିଲା ।

ସୂଚନା ଅନୁଯାୟୀ ଆଶାୟୀ ପ୍ରାର୍ଥିମାନେ ଶାରୀରିକ ଦକ୍ଷତା ପରୀକ୍ଷା ଦେଉଥିବା ବେଳେ ଅଚାନକ ଜଣେ ପ୍ରାର୍ଥି ଗୁରୁତର ଅସୁସ୍ଥ ହୋଇପଡିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ମୃତକ ଜଣଙ୍କ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ଧଙ୍ଗରାଭଟା ଗାଁର ସୁଶାନ୍ତ ନାୟକ ବୋଲି ଜଣାପଡିଛି । ସୂତ୍ରରୁ ପ୍ରକାଶ ଯେ ଶ୍ୱାସରୁଦ୍ଧ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ପ୍ରାଥମିକ ସୂଚନା ଦେଇଥିଲେ । ଏହାପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Leave A Reply

Your email address will not be published.