Latest Odisha News

BREAKING NEWS

ବରୁଣ ଓ ଅନୁଷ୍କାଙ୍କ ‘ସୁଇଧାଗା’: ପ୍ରଥମଥର ପାଇଁ ଏକାଠି ଆସିବେ ନଜର

ବଲିଉଡରେ ପୁଣି ଏକ ଯୋଡିର କେମେଷ୍ଟ୍ରି ଦେଖିବାକୁ ମିଳିବ । ଅଭିନେତା ବରୁଣ ଧୱନ ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ପ୍ରଥମଥର ପାଇଁ ଏକାଠି ସ୍କ୍ରିନ ଶେୟାର କରୁଛନ୍ତି । ‘ସୁଇଧାଗା’ ମେଡ୍ ଇନ୍ ଇଣ୍ଡିଆ, ନାମକ ଫିଲ୍ମରେ ଏହି ଦୁଇଜଣଙ୍କ କେମେଷ୍ଟ୍ରିକୁ ଦର୍ଶକ ଦେଖିବାକୁ ପାଇବେ ।

ଅନୁଷ୍କା ନିଜର ଟୁଇଟର୍ ଆକାଉଣ୍ଟରେ ଫିଲ୍ମର ପ୍ରଥମ ଅଫିସିଆଲ୍ ପୋଷ୍ଟର ସେୟାର କରି ଲେଖିଛନ୍ତି ‘ଧାଗେ ଧାଗେ ପେ ଲିଖା ହେ, ସିଲନେ ୱାଲେ କା ନାମ’ ।

ନିକଟରେ ରିଲିଜ ହୋଇଥିବା ଏହାର ପ୍ରଥମ ପୋଷ୍ଟରକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି ।
ଫିଲ୍ମରେ ବରୁଣ ଜଣେ ଦରଜୀ ଭୂମିକାରେ ନଜର ଆସିବେ । ଫିଲ୍ମରେ ନିଜ ଲୁକ୍ ନେଇ ସବୁବେଳେ ଏକ୍ସପରିମେଣ୍ଟ୍ କରୁଥିବା ଅନୁଷ୍କା ଏହି ଫିଲ୍ମରେ ପ୍ରଥମଥର ପାଇଁ ଖାଣ୍ଟି ଦେଶୀ ଅନ୍ଦାଜରେ ଦେଖିବାକୁ ମିଳୁଛନ୍ତି ।

‘ସୁଇଧାଗା’ ଫିଲ୍ମ ଚଳିତ ବର୍ଷ ସେପ୍ଟେମ୍ବର ୨୮ରେ ରିଲିଜ ହେବାକୁ ଥିବାବେଳେ ଏହାର ଟ୍ରେଲର ୧୩ ଅଗଷ୍ଟକୁ ରିଲିଜ ହେବ । ଫିଲ୍ମଟି ମେଡ୍ ଇନ୍ ଇଣ୍ଡିଆ ଥିମ ଉପରେ ଆଧାରିତ ହୋଇଥିବା ଶୁଣିବାକୁ ମିଳୁଛି । ୟଶରାଜ ଫିଲ୍ମ ବ୍ୟାନରରେ ନିର୍ମିତ ହେଉଥିବା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଶରତ କଟାରିଆ ।

Leave A Reply

Your email address will not be published.