Latest Odisha News

BREAKING NEWS

କନଷ୍ଟେବଳ ଶଙ୍କରଭାନୁ ହତ୍ୟାକାଣ୍ଡର ଖୋଲିଲା ରହସ୍ୟ, ୬ ଜଣଙ୍କୁ ବାନ୍ଧିଲା ପୋଲିସ

ବଲାଙ୍ଗୀର: କନଷ୍ଟେବଳ ଶଙ୍କରଭାନୁ ହତ୍ୟାକାଣ୍ଡର ପର୍ଦ୍ଦାଫାଶ । ପୋଲିସ ହାତରେ ଲାଗିଲା ବଡ ପ୍ରମାଣ । ତେବେ ରତ୍ନପଥର ଚୋରା କାରବାରରୁ ଶଙ୍କରଭାନୁ ହତ୍ୟାକାଣ୍ଡ ଘଟିଥିବା ଆଜି ଖୁଲାସା କରିଛି ବଲାଙ୍ଗୀର ପୋଲିସ ।

ଏହି ହତ୍ୟାକାଣ୍ଡରେ ପୋଲିସ ୬ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତମାନେ ହେଲେ ଝାଡ଼ଖଣ୍ଡର ପଙ୍କଜ କୁମାର ଓ ସୁରଜ କୁମାର ବର୍ଣ୍ଣୱାଲ, ଓଡ଼ିଶା ଅନୁଗୁଳ ଜିଲ୍ଲାର କୃଷ୍ଣ ମେହେର, ବୌଦ୍ଧ ଜିଲ୍ଲାର ମନୋରଞ୍ଜନ ସାଥୁଆ, ସୋନପୁର ଜିଲ୍ଲାର ନିତାଇ କର ଓ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅଞ୍ଚଳର ରୋହିତ ସା ।

ଅଭିଯୁକ୍ତଙ୍କ ନିକଟରୁ ୧୫ ଲକ୍ଷ ଟଙ୍କାର ହୀରା, ଏକ କାର୍‌ ଓ ୪ ଟି ବାଇକ, ବନ୍ଧୁକ ଓ ମୋବାଇଲ ଜବତ କରାଯାଇଥିବା ନେଇ ବଲାଙ୍ଗୀର ଏସପି ଋଷିକେଶ ଦ୍ୟାନଦେଓ ଖିଲାରି ଏକ ସାମ୍ବାଦିକ ସମ୍ମିଳନୀ କରି ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତ ୧୬ ତାରିଖରେ ବଲାଙ୍ଗୀର ରେଳ ଷ୍ଟେସନ ନିକଟରେ ଥିବା ହୋଟେଲ ଇନ୍ଦ୍ରାପ୍ରସ୍ଥରେ ସୋନପୁର ଜିଲ୍ଲାରେ କାର୍ଯ୍ୟରତ କନଷ୍ଟେବଳ ଶଙ୍କରଭାନୁ ବେହେରାଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡ ଘଟାଇ ଫେରାର ମାରିଥିଲେ ଦୁର୍ବୁତ୍ତ ।

ଏହାପରେ ପୋଲିସ ମୃତଦେହ ଜବତ କରିବା ସହିତ ହୋଟେଲରେ ଲାଗିଥିବା ସିସିଟିଭି ଓ କାଗଜପତ୍ର ଯାଞ୍ଚ କରିଥିଲା । ଏହାକୁ ଆଧାର କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଯେଉଁଥିରେ ଆଜି ବଲାଙ୍ଗୀର ପୋଲିସକୁ ବଡ ସଫଳତା ମିଳିଛି ହତ୍ୟା କାଣ୍ଡ ଘଟାଇଥିବା ଦୁର୍ବୁତ୍ତ ମାନଙ୍କ ମଧ୍ୟରୁ ୬ ଜଣଙ୍କୁ ଧରିବାରେ ସଫଳ ହୋଇଛି ।

Leave A Reply

Your email address will not be published.